ଆଜିଠୁ ଦଶମ ସମେଟିଭ ପରୀକ୍ଷା, କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା

କଟକ :  ଆଜିଠୁ ଦଶମ ସମେଟିଭ ପରୀକ୍ଷା  ଆରମ୍ଭ । ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ନୋଡାଲ ସେଣ୍ଟର ମାନଙ୍କୁ ପ୍ରଶ୍ନ ପତ୍ର ପଠାଯାଇଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ବୋର୍ଡସ୍ତରୀୟ ଜିଲ୍ଲା ଶିକ୍ଷା ଅଧିକାରୀସ୍ତରୀୟ ବ୍ୟବସ୍ଥା କରାଯାଇଛି।

ସେହିପରି ପୂର୍ବରୁ ଯେଉଁ ସବୁ ସେଣ୍ଟରରେ କପି ହେଉଥିବାର ନଜିର ରହିଛି । ସେଠି କପି ରୋକିବା ପାଇଁ ଅବଜରଭର ରଖାଯାଇଛି । ଚଳିତବର୍ଷ ପାଞ୍ଚ ଲକ୍ଷ ଚାଳିଶ ହଜାର ପାଖାପାଖି ପିଲା ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଚଳିତବର୍ଷ ଛାତ୍ର ଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ ନାହିଁ  । ନିକଟ ସ୍କଲରେ ହୋଇଥିବା ସେଣ୍ଟରରେ ପରୀକ୍ଷା ଦେବେ। ସମେଟିଭ ୧ ଓ ସମେଟିଭ ୨ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସମେଟିଭ ୧କୁ ଛାତ୍ରଛାତ୍ରୀମାନେ ଗୁରୁତର ସହ ନେଇ ପରୀକ୍ଷା ଦିଅନ୍ତୁ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ତେବେ ସମେଟିଭ ୧ ପରୀକ୍ଷା ବିନା ସମସ୍ୟାରେ ହେବ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

Related Articles

Back to top button