ଟ୍ୱିଟରରେ ୟୁଜର୍ସଙ୍କୁ ବ୍ଲୁ ଟିକ୍ ଆଉ ମାଗଣାରେ ମିଳିବ ନାହିଁ, ଏପ୍ରିଲ୍ ୨୦ ପରେ ଏଥିପାଇଁ ଦେୟ ଦେବାକୁ ପଡିବ

ନୂଆଦିଲ୍ଲୀ : ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ୟୁଜର୍ସଙ୍କୁ ବ୍ଲୁ ଟିକ୍ ଆଉ ମାଗଣାରେ ମିଳିବ ନାହିଁ । ଏଥିପାଇଁ ଦେୟ ଦେବାକୁ ପଡିବ । ଏପ୍ରିଲ୍ ୨୦ ହେଉଛି ଶେଷ ସମୟ । ଟ୍ୱିଟରର ନୂତନ ସିଇଓ ଏଲୋନ୍ ମସ୍କ ଏହି ଘୋଷଣା କରିଛନ୍ତି ।

ନୂଆ ନିୟମ ଅନୁଯାୟୀ, ଯଦି ଆପଣ ଟ୍ୱିଟରରେ ବ୍ଲୁ ଟିକ୍ ଚାହୁଁଛନ୍ତି, ତେବେ ଟଙ୍କା ଦେଇ କିଣିବାକୁ ପଡିବ । ଏହା ବାଧ୍ୟତାମୂଳକ । ଯେଉଁମାନେ ଦେୟ ପୈଠ କରିବେ ନାହିଁ ସେମାନଙ୍କ ଆକାଉଣ୍ଟରୁ ବ୍ଲୁ ଠିକ୍ କୁ ହଟାଇ ଦିଆଯିବ । ଏପ୍ରିଲ ୨୦ ତାରିଖ ପର ଠାରୁ ଏହାକୁ କଡାକଡି ଭାବରେ ପାଳନ କରାଯିବ ।

ଭାରତରେ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ପ୍ଲାନର ମୂଲ୍ୟ ଆଇଓଏସରେ ମାସିକ ୯୦୦ ଟଙ୍କା ଏବଂ ୱେବସାଇଟରେ ମାସିକ ୬୫୦ ଟଙ୍କା ରଖାଯାଇଛି। ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହାର ମାସିକ ଯୋଜନା ହେଉଛି ୯୦୦ ଟଙ୍କା । ଯଦି ଉପଭୋକ୍ତାମାନେ ଚାହାଁନ୍ତି, ସେମାନେ ୯,୪୦୦ ଟଙ୍କା ଦେଇ ଏକ ବର୍ଷ ପାଇଁ ବ୍ଲୁ ଠିକ୍ ନେଇପାରିବେ ।

Related Articles

Back to top button