
ଶାହାରୁଖଙ୍କ ପଠାନର ୧୨ଟି ସିନ କଟାଗଲା
ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ ଫିଲ୍ମ ଜାନୁୟାରୀ ୨୫ରେ ରିଲିଜ ହେବ। ସେନ୍ସର ବୋର୍ଡ ୧୨ଟି କଟ ସହ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ ଦେଇଛି । ବିବାଦୀୟ ଭଗୱା ବିକନୀ ସିନ କିମ୍ବା ବେଶରମ ରଙ୍ଗ ଗୀତ ହଟାଯାଇ ନାହିଁ। ତେବେ ଏହି ଗୀତର ଅଶ୍ଲୀଳ ଦୃଶ୍ୟ ଉପରେ ସେନ୍ସର ବୋର୍ଡର କଇଁଚି ଚାଲିଛି । ସେହିପରି ର ଶବ୍ଦ ବଦଳରେ ହମରା ରଖଯାଇଛି। ଫିଲ୍ମରେ କେତେକ ସ୍ଥାନରେ ପିଏମଓ ଶବ୍ଦର ବ୍ୟବହାର ହୋଇଛି । ଏହା ବଦଳରେ ପ୍ରେସିଡେଂଟ କିମ୍ବା ମିନିଷ୍ଟର ଶବ୍ଦ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଦିବ୍ୟାଙ୍ଗ ଭାବନାକୁ ଆଖି ଆଗରେ ରଖି ଲୁଲ୍ଲେ ଲୁଙ୍ଗେଡେ ବଦଳରେ ଟୁଟେ ଫୁଟେ ଶବ୍ଦ ବ୍ୟବହାର କରାଯିବାକୁ କୁହାଯାଇଛି। ଅଶୋକ ଚକ୍ରକୁ ବୀର ପୁରସ୍କାର, ମିସେଜ ଭାରତ ମାତାକୁ ହମାରି ଭାରତ ମାତା ଓ ସମ୍ବିଧାନେ ଶବ୍ଦ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଅନ୍ୟ କେତେଗୁଡିଏ ସିନକୁ କଟାଯାଇଛି। ଫିଲ୍ମ କ୍ରିଟିକ୍ସ କେଆରକେ ଖାଁ ଏହି କଟ ପରେ ଲେଖିଛନ୍ତି ପଠାନ ତ ଗଲା। ପୂର୍ବରୁ ସେ ଏହାର ଟାଇଟଲ ଏବଂ ରିଲିଜ ଡେଟ ବଦଳିବ ବୋଲି ଭବିଷ୍ୟବାଣୀ କରିଥିଲେ। ଯାହାକି ହେଲା ଭଳି ସମ୍ଭବତଃ ଲାଗୁ ନାହିଁ ।