ବକ୍ସ ଅଫିସରେ ଖରାପ ପ୍ରଦର୍ଶନ ପରେ ‘ଲାଲ ସିଂ ଚଢ଼ା’ ଫିଲ୍ମର ୧୩୦୦ ଶୋ ବାତିଲ

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଏବେ ଚିନ୍ତାରେ ରହିଛି ଫିଲ୍ମ ଇଣ୍ଡଷ୍ଟ୍ରି । ବଲିଉଡ ପ୍ରତି ଦର୍ଶକ ବିମୁଖ ହେବାରେ ଲାଗିଛନ୍ତି ।  ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଓ ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା । ମାତ୍ର ପ୍ରଥମ ଦିବସରେ ଅମୀରଙ୍କ ଫିଲ୍ମ ୧୨ ଏବଂ ଅକ୍ଷୟଙ୍କ ୮କୋଟି ଆୟ କରିଥିଲା । ଶୁକ୍ରବାର ମଧ୍ୟ ଏହାର ପ୍ରଦର୍ଶନ ଆହୁରି ଖରାପ ରହିଛି । ଏହା ଦେଖି ସିନେମା ହଲ ମାଲିକମାନେ ଶୋ କମାଇଛନ୍ତି । ଅମୀରଙ୍କ ୧୩୦୦ ଶୋ ଏବଂ ଅକ୍ଷୟଙ୍କ ଫିଲ୍ମର ୧୦୦୦ ଶୋଜ କମ କରି ଦିଆଯାଇଛି । ଦର୍ଶକମାନଙ୍କ ମଧ୍ୟରେ ବି ଏହି ଫିଲ୍ମ ସେ ଭଳି ଆଗ୍ରହ ଦେଖିବାକୁ ମିଳୁ ନାହିଁ । ଲାଲ ସିଂ ଚଢ଼ାର ବଜେଟ ୧୮୦ କୋଟି ପାଖାପାଖି ହୋଇଥିବାରୁ ଆଗାମୀ ୨/୩ ଦିନ ମଧ୍ୟରେ ବ୍ୟବସାୟରେ ଉନ୍ନତି ନ ଘଟିଲେ ଫିଲ୍ମ ଧରାଶାୟୀ ହେବା ଏକପ୍ରକାର ନିଶ୍ଚିତ ।

Related Articles

Back to top button