ନ୍ୟୁଡ୍ ଫଟୋସୁଟକୁ ନେଇ ଅଭିନେତା ରଣବୀର ସିଂଙ୍କୁ ନୋଟିସ ଜାରି କଲା ମୁମ୍ୱାଇ ପୋଲିସ

ମୁମ୍ୱାଇ: ଅଭିନେତା ରଣବୀର ସିଂଙ୍କ ପାଇଁ ବଢିଲା ଅଡୁଆ । ଏକ ମାଗାଜିନ ପାଇଁ ନ୍ୟୁଡ୍ ଫଟୋସୁଟ୍ କରିବା ମାମଲାରେ ମୁମ୍ୱାଇ ପୋଲିସ ତାଙ୍କୁ ନୋଟିସ ଜାରି କରିଛି । ଗତ ମାସରେ ରଣବୀର ଏହି ଫଟୋସୁଟକୁ ନେଇ ବେଶ ବିବାଦରେ ଥିଲେ । କେବଳ ଏହା ନୁହେଁ ଅଭିନେତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା । ରିପୋର୍ଟ ଅନୁସାରେ ଅଗଷ୍ଟ ୨୨ରେ ହାଜର ହୋଇ ନିଜର ବୟାନ ରଖିବା ପାଇଁ ପୋଲିସ ରଣବୀରଙ୍କୁ ନୋଟିସ ଜାରି କରିଛି । ରିପୋର୍ଟ ଅନୁସାରେ ମୁମ୍ୱାଇ ପୋଲିସ ଅଭିନେତାଙ୍କୁ ନୋଟିସ ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା କିନ୍ତୁ ସେହି ସମୟରେ ସେ ଉପସ୍ଥିତ ନଥିଲେ ।

କିଛି ଦିନ ପୂର୍ବେ ରଣବୀର ସିଂ ଏକ ଅନ୍ତର୍ଜାତୀୟ ମାଗାଜିନ ପାଇଁ ନ୍ୟୁଡ ଫଟୋସୁଟ କରାଇଥିଲେ । ଏହି ଫୋଟ ଗୁଡିକ ସୋସିଆଲ ମିଡିଆରେ ବେଶ ବିତର୍କ ସୃଷ୍ଟି କରାଇଥିଲା । ବିଭିନ୍ନ ସଂସ୍ଥା ବିରୋଧରେ ମାମଲା ରୁଜୁ କରାଯାଇଥିଲେ। ମହିଳାଙ୍କ ସ୍ୱାଭିମାନଙ୍କୁ  ଆଘାତ ଦେଇଛନ୍ତି ରଣବୀର । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଥିଲା।

ରଣବୀରଙ୍କୁ ଫିଲ୍ମ ଉଦ୍ୟୋଗର ପୂରା ସମର୍ଥନ ମିଳିଥିଲା। ଆଲଆ ଭଟ୍ଟ, ରଣବୀର ସିଂ, ଆମିର ଖାନଙ୍କ ସହ ଅର୍ଜୁନ କପୁର ସମସ୍ତ ରଣବୀରଙ୍କ ଫଟୋସୁଟର ସମର୍ଥନ କରିଥିଲେ। ମହିଳାଙ୍କ ସ୍ୱାଭିମାନଙ୍କୁ  ଆଘାତ ଦେଇଛନ୍ତି ରଣବୀର । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଥିଲା

Related Articles

Back to top button