ଅଭିନେତା ରସିକ୍‌ ଦବେଙ୍କ ଦେହାନ୍ତ, କିଡନୀ ଜନିତ ରୋଗରେ ଥିଲେ ପୀଡିତ

ମୁମ୍ବାଇ: କିଛି ଦିନ ପୂର୍ବରୁ, ‘ଭବୀ ଜୀ ପର ହୈଁ’ ଫେମ୍‌ ଦୀପେଶ ଭାନଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ଖରାପ ଖବର ଆସିଛି। ଯାହାକୁ ଶୁଣିବା ପରେ ପ୍ରଶଂସକକୁ ଝଟକା ଲାଗିପାରେ। ଟିଭି ସିରିଏଲ ‘କ୍ୟୁଙ୍କି ଶାଶ୍‌ ଭି କଭି ବହୁ ଥି’ ଏବଂ ‘ବାଲିକା ବଧୁ-୨’ ଫେମ୍‌ କେତକୀଙ୍କ ସ୍ବାମୀ ତଥା ଅଭିନେତା ରସିକ୍ ଦବେ ଆଉ ନାହାଁନ୍ତି। କିଡନୀ ଫେଲ୍‌ ହେତୁ ସେ ୬୫ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି।

କେତକୀ ଦବେଙ୍କ ସ୍ୱାମୀ ରସିକ୍ ଦବେ ଜଣେ ଗୁଜୁରାଟୀ ଥିଏଟର କଳାକାର ଥିଲେ। ସେ ଅନେକ ଟିଭି ଶୋ’ରେ ଅଭିନୟ କରିଥିଲେ। ETimes ରିପୋର୍ଟ ଅନୁଯାୟୀ, ରସିକ୍ ଗତ ଦୁଇ ବର୍ଷ ଧରି ଡାୟଲିସିସରେ ପୀଡିତ ଥିଲେ। ଏନେଇ କିଡନୀ ବାର ବାର ଖରାପ ହେଉଥିଲା। ଗତକାଲି ତାଙ୍କର ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ଆଜି ସକାଳ ୭ଟାରେ ତାଙ୍କର ଅନ୍ତିମସଂସ୍କାର କରାଯାଇଥିଲା। ରସିକଙ୍କ ମୃତ୍ୟୁରେ ପ୍ରଶଂସକଙ୍କ ସହ ଅନେକ କଳାକାର ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଟିଭି ଶୋ ମହାଭାରତରେ ରସିକ୍ ଦବେ ନନ୍ଦଙ୍କ ଭୂମିକା ରେ ଅଭିନିୟ କରିଥିଲେ। ଏହା ବ୍ୟତୀତ ସଂସ୍କାର ଧରୋହରରେ ଅପନୋରେ ନଜର ଆସିଥିଲେ । ଅଭିନେତା ୧୯୮୨ ମସିହାରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ରସିକ୍ ଏବଂ ତାଙ୍କ ପତ୍ନୀ କେତକୀ ମଧ୍ୟ ରିଅଲିଟି ଶୋ’ ନଚ୍ ବଲିୟେରେ ଅଂଶଗ୍ରହଣ କରିଥିଲେ ।

Related Articles

Back to top button