ରାଷ୍ଟ୍ରପତିଙ୍କ ଖାଦ୍ୟ ତାଲିକାରେ ସାମିଲ ହେଲା ପଖାଳ, ଶାଗ

ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଚର୍ଚ୍ଚାରେ। ଭାରତର ଏହି ପଞ୍ଚଦଶ ରାଷ୍ଟ୍ରପତିଙ୍କୁ ସାରା ଦେଶରୁ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି। ସେ ନିଜ ଭିତରେ ଏକ ପ୍ରେରଣା। ଜୀବନରେ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଆଜି ଏହି ସର୍ବୋଚ୍ଚ ପଦବୀରେ ବସିଛନ୍ତି। ତାଙ୍କ ଦୁଇ ପୁଅ ଏବଂ ସ୍ୱାମୀଙ୍କ ମୃତ୍ୟୁ ପରେ ମୁର୍ମୁ ଦୃଢ ମନୋଭାବ ପାଇଁ ଆଜି ସମ୍ବିଧାନର ସବୁଠୁ ଉଚ୍ଚ ଆସନରେ ବସିଛନ୍ତି।

ସେ ଜଣେ ଶାକାହାରୀ। ପ୍ରଜାପତି ବ୍ରହ୍ମକୁମାରୀରେ ସକ୍ରିୟ ରହିଛନ୍ତି। ଧ୍ୟାନ ଏବଂ ଜୀବନର ବିଭିନ୍ନ ସରଳ ଉପାୟକୁ ଅବଲମ୍ବନ କରି ସେ ବିଭିନ୍ନ ଘାତ, ପ୍ରତିଘାତର ସାମ୍ନା କରିଛନ୍ତି ବୋଲି ରାଷ୍ଟ୍ରପତି ହେବା ପୂର୍ବରୁ ଏକ ଓଡିଆ ଚ୍ୟାନେଲକୁ ସାକ୍ଷାତକାରରେ କହିଥିଲେ। ତେଣୁ ସେ ଆଜି ନିଜେ ଏକ ପ୍ରେରଣା। ତେବେ, ମ୍ୟାଡାମ୍ ରାଷ୍ଟ୍ରପତି କ’ଣ ଖାଇବାକୁ ଭଲ ପାଆନ୍ତି।

Related Articles

Back to top button