ବୟକଟ୍‌ ଟ୍ରେଣ୍ଡକୁ ନେଇ ବଡ ବୟାନ ଦେଲେ ମନ୍ଦାକିନୀ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଏବେ ଭଲ ଦଶା ଚାଲିନି। ବଲିଉଡକୁ ବୟକଟ୍‌ କରିବା ପାଇଁ ଚାଲିଛି ଟ୍ରେଣ୍ଡ। କ୍ୟାନ୍‌ସେଲ୍‌ କଲଚର୍‌ ଓ ଫିଲ୍ମକୁ ବୟକଟ୍‌ କରିବାକୁ ସବୁଠି ଦାବି ଉଠୁଛି। ଅଧିକାଂଶ ଫିଲ୍ମ ଏଥିପାଇଁ ବକ୍ସ ଅଫିସରେ ଫ୍ଲପ୍‌ ହେବାରେ ଲାଗିଛି। ଆମୀର ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ସଲମାନ ଖାନ୍‌ ଯାଏଁ ସମସ୍ତଙ୍କ ଫିଲ୍ମକୁ ବୟକଟ୍‌ କରିବା ପାଇଁ କିଛି ୟୁଜର୍ସ ସୋଶାଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛନ୍ତି। ଏହାରି ଭିତରେ ୨୫ ବର୍ଷ ପରେ ଇଣ୍ଡଷ୍ଟ୍ରିକୁ କମ୍‌ବ୍ୟାକ୍‌ କରିଛନ୍ତି ୯୦ ଦଶକ ହଟ୍‌ ଅଭିନେତ୍ରୀ ମନ୍ଦାକିନୀ। ଆଉ ବୟକଟ୍‌ କଲଚର୍‌କୁ ନେଇ ଖୋଲିଛନ୍ତି ମୁହଁ।

ଏକ ସାକ୍ଷାତକାରରେ ମନ୍ଦାକିନୀ କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦାୟକ। ପୂର୍ବରୁ ଏଭଳି କିଛି ନଥିଲା। ନିର୍ଦ୍ଦେଶକଙ୍କୁ ଗୁରୁ ଭଳି ଦେଖାଯାଉଥିଲା। ପ୍ରତିଟି କଳାକାର ତାଙ୍କୁ ସମ୍ମାନ କରୁଥିଲେ। ଆମେ ତାଙ୍କୁ ସବୁବେଳେ ସମ୍ମାନ ଦେଇଛୁ। କିନ୍ତୁ ବର୍ତ୍ତମାନ ଏଭଳି କିଛି ଦୃଶ୍ୟମାନ ହେଉନାହିଁ। ବୋଧହୁଏ ଏହି କାରଣ ଯୋଗୁ ଆଜି ଇଣ୍ଡଷ୍ଟ୍ରିର ଲୋକମାନେ ପରସ୍ପର ଉପରେ ଟାର୍ଗେଟ୍‌ କରୁଛନ୍ତି।’

Related Articles

Back to top button