ୟୁପିଆଇରେ ଟଙ୍କା ଟ୍ରାନ୍ସଫର ମହଙ୍ଗା ହୋଇପାରେ

ନୂଆଦିଲ୍ଲୀ: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ଏବେ ଭାରତରେ ବେଶ ଲୋକପ୍ରୀୟ । ଏହିଡିଜିଟାଲ ପେମେଣ୍ଟରେ ଲୋକେ ନିମିଷକରେ ପୈଠ କରିପାରୁଥିବା ବେଳେ ଏଥିଲାଗି କୌଣସି ଚାର୍ଜ ଦେବାକୁ ବି ପଡୁନି। ତେବେ ଆଗାମୀ ଦିନରେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ। ଲୋକଙ୍କୁ ଦେୟ ପୈଠ କରିବା ଲାଗି ଚାର୍ଜ ଦେବାକୁ ପଡିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଏଥିଲାଗି ଡିସ୍କସନ ପେପର ଅନ୍ ଚାର୍ଜେସ୍ ଇନ ପେମେଣ୍ଟ ସିଷ୍ଟମ (ଡିପିସିପିଏସ) ଜାରି କରିଛନ୍ତି। ଏ ନେଇ ଆରବିଆଇ ପରାମର୍ଶ ଲୋଡିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୟୁପିଆଇରୁ ଶୁଳ୍କ ଅସୁଲି ଲାଗି ଆରବିଆଇ ଏବେ ବିକଳ୍ପ ସନ୍ଧାନ କରୁଛନ୍ତି। ଏଣୁ ଆରବିଆଇଙ୍କ ପକ୍ଷରୁ ଜାରି ପେପରରେ ୟୁପିଆଇ ମଧ୍ୟ ଇମିଡିଏଟ୍ ପେମେଣ୍ଟ ସର୍ଭିସ (ଆଇଏମପିଏସ) ଭଳି ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଓ  ଏହା ଉପରେ ଟ୍ରାନ୍ସଫର ଟ୍ରାଞ୍ଜାକ୍ସନରେ ଚାର୍ଜେସ୍ ଲାଗିବା ଦରକାର ବୋଲି କହିଛନ୍ତି। ଆରବିଆଇଙ୍କ ଅନୁସାରେ ପୃଥକ ପୃଥକ ଏମାଉଣ୍ଟ ଲାଗି ଅଲଗା ଅଲଗା ଚାର୍ଜ ନିର୍ଦ୍ଧାରିତ କରାଯାଇପାରେ।

ପେପରରେ କୁହାଯାଇଛି ଯେ ୟୁପିଆଇ ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଭାବେ ପଇସାର ରିୟଲଟାଇମ ଟ୍ରାନ୍ସଫର ସୁନିଶ୍ଚିତ କରିଥାଏ। ସେହିପରି ଏକ ମର୍ଚେଣ୍ଟ ପେମେଣ୍ଟ ସିଷ୍ଟମ ଭାବେ ମଧ୍ୟ ରିୟଲଟାଇମରେ ସେଟେଲମେଟ୍ ସୁନିଶ୍ଚିତ କରିଥାଏ। ଏହି ସବୁ କାମ ଯେପରି ବିନା କୌଣସି ଝିନଝଟରେ ନେଣ ଦେଣ ପୂରା କରିବାକୁ ବ୍ୟାଙ୍କମାନଙ୍କୁ ବେସିକ୍ ଇନଫ୍ରାଷ୍ଟକଚର ନିର୍ମାଣ କରିବାକୁ ପଡିଥାଏ। ଏଣୁ ଏପରି ସିଷ୍ଟମରେ ଅତିରିକ୍ତ ଅର୍ଥ ବ୍ୟୟ କରିବାକୁ ପଡିଥାଏ। ଏବେ  ଏପରି ଦେୟ ଉପରେ ଏବେ ଆରବିଆଇ ଶୁଳ୍କ ଲଗାଇବାକୁ ଚାହୁଁଛନ୍ତି। ଏଥିରେ ଡେବିଟ କାର୍ଡ ଟ୍ରାଞ୍ଜାକ୍ସନରେ ମଧ୍ୟ ଶୁଳ୍କ ଲଗାଇ ପାରନ୍ତି, ଯାହା ଏପର୍ଯ୍ୟନ୍ତ ନିଶୁଳ୍କ ଥିଲା।

 

Related Articles

Back to top button