ବିବାହ ପରେ କ୍ୟାଟ୍ରିନାଙ୍କର ପ୍ରଥମ ଫିଲ୍ମ ‘ଫୋନ ଭୂତ’ ଆସୁଛି ପରଦାକୁ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବିବାହ ପରେ ସେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହେବା ନେଇ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ହେଉଛି ‘ଫୋନ ଭୂତ’ । ଏ ନେଇ ସୋସିଆଲ ମିଡିଆରେ କ୍ୟାଟ୍ରିନା ପୋଷ୍ଟ ଶେୟାର କରି ଆଗାମୀ ଫିଲ୍ମ ‘ଫୋନ ଭୂତ’ର ରିଲିଜ ତାରିଖ କହିଛନ୍ତି। ଫିଲ୍ମର ପୋଷ୍ଟ ଶେୟାର କରି କ୍ୟାଟ୍ରିନା ଲେଖିଛନ୍ତି, ‘ଫୋନ ଭୂତ’ ଦୁନିଆକୁ ଆପଣଙ୍କୁ ସ୍ବାଗତ। ୭ ଅକ୍ଟୋବର ଫିଲ୍ମ ହଲ୍‌ରେ ଧମାଲ କରିବ। କ୍ୟାଟ୍ରିନାଙ୍କ ଏହି ପୋଷ୍ଟ ଦେଖିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇପଡିଛନ୍ତି। ଏହି ଫିଲ୍ମରେ ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀ, କ୍ୟାଟ୍ରିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇସାରିଛି ।

Related Articles

Back to top button