ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ସାଜିଦ ମାଜିଦକୁ ପାକିସ୍ତାନ କୋର୍ଟର ଜେଲ ଦଣ୍ଡାଦେଶ

ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଜଣେ ଆତଙ୍କବାଦୀକୁ ପାକିସ୍ତାନ କୋର୍ଟରୁ ମିଳିଛି ଦଣ୍ଡାଦେଶ। ୨୦୦୮ ମସିହା ତାଜ ହୋଟେଲ ଆକ୍ରମଣରେ ସାମିଲ ଥିବା ସାଜିଦ ମାଜିଦ ମୀରକୁ ଗତ ମେ ମାସରେ ଗୁଜରନୱାଲା କୋର୍ଟ ମୀରକୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।

ମୀର, ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇଥିଲେ। ପୂରା ଆକ୍ରମଣରେ ଆର୍ଥିକ ସହଯୋଗ ପାଇଁ ପାକିସ୍ତାନ କୋର୍ଟ ତାଙ୍କୁ ୧୫ ବର୍ଷ କାରା ଦଣ୍ଡ ଦେଇଛନ୍ତି । ଏଫବିଆଇର ୧୦ ଜଣିଆ ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲେ।

୨୦୨୦ ମସିହାରୁ ମୀରକୁ ପାକିସ୍ତାନରେ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ଏ ସଂପର୍କରେ କୌଣସି ଖବର ପ୍ରକାଶ ହୋଇନଥିଲା । ତା ସହ ଏହି ଘଟଣାର କୌଣସି ନଥିପତ୍ର ମଧ୍ୟ ସର୍ବସାଧାରଣକୁ ଆସିନଥିଲା।

ଏନେଇ ଆସୋସିଏଟେଡ ପ୍ରେସ୍ ଗୁଜରନୱାଲା କୋର୍ଟର ଏକ ନଥିପତ୍ର ପାଇଛି । ସେଥିରେ ମୀର ଗିରଫଦାରୀ ଏବଂ ଦଣ୍ଡାଦେଶ ସୂଚନା ଉଲ୍ଲେଖ ଥିବା ଖବର ପ୍ରକାଶ ପାଇଛି। ଏଫବିଆଇ ମୀର ବିରୋଧରେ ୫ ମିଲିଅନ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା । ୨୦୧୧ ମସିହାରେ ଏଫବିଆଇ ମୋଷ୍ଟ ୱାଣ୍ଟେଡ ତାଲିକାରେ।

ଯୋଡ଼ିଥିଲା । ମୀର ଲସ୍କର-ଇ-ତୋଇବା ଆତଙ୍କୀ ସଂଗଠନର ସକ୍ରିୟ ସଦସ୍ୟ। ସେ ହାଫିଜ ସଇଦ୍ ଦ୍ୱାରା ଗଠିତ ଏକ ଚାରିଟି ଫଣ୍ଡର ସଦସ୍ୟ ଥିଲା । ବିଭିନ୍ନ ସ୍ଥାନରେ ଆକ୍ରମଣ ଏବଂ ଆତଙ୍କାବାଦୀଙ୍କ ଟ୍ରେନିଂ ପାଇଁ ଅର୍ଥ ଯୋଗାଣ କରେ ମୀର।

Related Articles

Back to top button