ନନ୍ଦିନୀ ଭୂମିକାରେ ନଜର ଆସିବେ ଐଶ୍ୱର୍ଯ୍ୟା

ବଲିଉଡ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ପୋନିୟିନ ସେଲଭମ’ ପାର୍ଟ-୧’ ଏବେ ଖୁବ ଚର୍ଚ୍ଚାରେ । ମଣି ରତ୍ନମଙ୍କ ଅପକମିଂ ଫିଲ୍ମ ‘ପୋନିୟିନ ସେଲଭମ ପାର୍ଟ -୧’ରେ ଐଶ୍ୱର୍ଯ୍ୟା ରାୟଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି । ଫିଲ୍ମର ପୋଷ୍ଟରରେ ଐଶ୍ୱର୍ଯ୍ୟା ଖୁବ୍ ସୁନ୍ଦର ଲାଗୁଛନ୍ତି । ଏହି ପୋଷ୍ଟରକୁ ଦେଖି ଦର୍ଶକେ ଫିଲ୍ମ ଯୋଦ୍ଧା ଆକବରରେ ଯୋଦ୍ଧା ଚରିତ୍ରକୁ ମନେପକାଉଛନ୍ତି । କାରଣ ଏହି ପୋଷ୍ଟରରେ ଐଶ୍ୱର୍ଯ୍ୟାଙ୍କ ଲୁକ ବି ସେମିତି ରହିଛି ।

‘ପୋନିୟିନ ସେଲଭମ ପାର୍ଟ -୧’ରେ ଐଶ୍ୱର୍ଯ୍ୟା ରାଣୀ ନନ୍ଦିନୀ ଭୂମିକାରେ ନଜର ଆସିବେ । ପୋଷ୍ଟରରେ ଅଭିନେତ୍ରୀ ସିଲ୍କ ଶାଢି ସହ ଟ୍ରାଡିଶନାଲ ଲୁକରେ ନେକପିସ, ମାଙ୍ଗଟିକା, ବିନ୍ଦି ଲଗାଇଥିବା ଦେଖାଯାଇଛି । ଐଶ୍ୱର୍ଯ୍ୟା ଏଥିରେ ତାଙ୍କ କେଶ ଖୋଲା ରଖିଛନ୍ତି । ଏଥିରେ ସେ ଐଶ୍ୱର୍ଯ୍ୟା ନନ୍ଦିନୀ ଭୂମିକାରେ ନଜର ଆସିବେ । ସେ ପାଜୁଭୁରର ରାଣୀ । ଫିଲ୍ମର ପୋଷ୍ଟରକୁ ଲାୟକା ପ୍ରଡକଶନର ଅଫିସିଆଲ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି । ମଣିରତ୍ନମଙ୍କ ଏହି ଫିଲ୍ମ ଚଳିତ ବର୍ଷ ୩୦ ସେପ୍ଟେମ୍ବରରେ ରିଲିଜ ହେବ । ଫିଲ୍ମକୁ ତାମିଲ, ତେଲଗୁ, ମାଲୟଲମ, କନ୍ନଡ ଓ ହିନ୍ଦି ଭାଷାରେ ରିଲିଜ୍ କରାଯିବ । ଐଶ୍ୱର୍ଯ୍ୟା ରାୟ ଶେଷ ଥର ପାଇଁ ୨୦୧୮ରେ ‘ଫନ୍ନେ ଖାଁ’ରେ ନଜର ଆସିଥିଲେ ।

Related Articles

Back to top button