‘ଫୁଲ ଔର କାଣ୍ଟେ’ ଫିଲ୍ମର ରିମେକ କରିବାକୁ ଚାଁହୁଛନ୍ତି ଅଜୟ ଦେବଗନ

ମୁମ୍ବାଇ: ୧୯୯୧ରେ ରିଲିଜ ହୋଇଥିବା ଅଜୟ ଦେବଗନ ଓ ମଧୂଙ୍କ ପଦାର୍ପଣ ଫିଲ୍ମ ‘ଫୁଲ ଔର କାଣ୍ଟେ’ ସେ ସମୟରେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲେ । ଏହି ଫିଲ୍ମ ପରେ ଅଜୟ ଘରେ ଘରେ ଏକ ପରିଚିତ ନାମ ହୋଇ ଯାଇଥିଲେ । ଏବେ ଏହାର ରିମେକ କରିବା ନେଇ ଅଜୟ ଆଗ୍ରହ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ସେ ଏ ନେଇ ଖୁଲାସା ମଧ୍ୟ କରିଛନ୍ତି । ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଆପଣଙ୍କ କେଉଁ ଫିଲ୍ମର ରିମେକ ହୋଇପାରିବ । ସେ ତତକ୍ଷଣାତ କହିଥିଲେ ଫୁଲ ଔର କାଣ୍ଟେ । ଏହାର ଷ୍ଟୋରୀ ଓ ଫ୍ରେଶନେଶ ଏବେ ବି ଏହାକୁ ସଫଳ କରାଇ ପାରିବ ।

ଦୃଶ୍ୟମ ୨ର ସଫଳତା ପରେ ଅଜୟଙ୍କ ଚାହିଦା ବୃଦ୍ଧି ପାଇଛି । ବାଇକରେ ତାଙ୍କର ଏଂଟ୍ରି ସିନ ଏବେ ବି ଯୁବପିଢ଼ୀଙ୍କୁ ପସନ୍ଦ ଆସୁଛି । ଏ ସମ୍ପର୍କରେ ସେ କହିଥିଲେ ଅବଶ୍ୟ ଏବେ ଏହି ସିନ ପାଇଁ ମୋତେ କିଛି ଦିନ ଅଭ୍ୟାସ କରିବାକୁ ପଡିବ । ଅଜୟଙ୍କ ଏହି ଫିଲ୍ମକୁ ଦୀନେଶ ପଟେଲ ପ୍ରଡ୍ୟୁସ କରିଥିବା ବେଳେ କୁକୁ କୋହଲି ନିର୍ଦ୍ଦେଶନା ଦେଇଥିଲେ ।

Related Articles

Back to top button