ସପନା ଚୌଧୁରୀଙ୍କ ବିରୋଧରେ ଗିରଫ ୱାରେଣ୍ଟ

ଲକ୍ଷ୍ନୌ: ଚର୍ଚ୍ଚିତ ଡ୍ୟାନସର ସପନା ଚୌଧୁରୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି । ଲକ୍ଷ୍ନୌର କୋର୍ଟ ସପନା ଚୌଧୁରୀଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡ୍ୟାନ ଶୋ’ ନାଁରେ ଲକ୍ଷାଧିକ ଟଙ୍କା ନେବା ଏବଂ କାର୍ଯ୍ୟକ୍ରମ ସାମିଲ ନ ହୋଇ ଟଙ୍କା ହଡପ କରିବାର ଅଭିଯୋଗ ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୩୦ରେ ହେବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ଅକ୍ଟୋବର ୧୩ରେ ଆଶିୟାନା ଥାନାରେ ସପନାଙ୍କ ଚୌଧୁରୀଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା ।

ଅଭିଯୋଗ ଅନୁସାରେ, ଲକ୍ଷ୍ନୌର ସ୍ମୃତି ଉପବନରେ ସପନା ଚୌଧୁରୀଙ୍କ ଏକ ଡ୍ୟାନ୍ସ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିଲା ଏଥିପାଇଁ ହଜାର ହଜାର ଟିକେଟ୍ ବିକ୍ରି ହୋଇଥିଲା । ସପନା ଚୌଧୁରୀଙ୍କୁ ଅଗ୍ରମୀ ରାଶି ମଧ୍ୟ ଦିଆ ସରିଥିଲା । କିନ୍ତୁ ସପନା ଚୌଧୁରୀ ପହଞ୍ଚିଲେ ନାହିଁ, ଫଳରେ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ସପନା ଅଗ୍ରୀମ ଆକାରରେ ଯେଉଁ ଟଙ୍କା ନେଇଥିଲେ ତାହା ମଧ୍ୟ ଆୟୋଜକଙ୍କୁ ଫେରାଇ ନଥିଲେ ।

ଏହା ପୂର୍ବରୁ କୋର୍ଟ ତାଙ୍କ ଅନ୍ତରୀଣ ଜାମିନକୁ ବଢାଇଥିଲେ । ୨୦-୨୦ ହଜାର ଟଙ୍କାର ଦୁଇଟି ମୁଚାଲିକା ଏବଂ ସମାନ ରାଶିର ବ୍ୟକ୍ତିଗତ ମୁଚାଲିକାରେ ଜାମିନକୁ ଅନୁମତି ଦେଇଥିଲେ । ସପନା ଚୌଧୁରୀଙ୍କ ବିରୋଧରେ ଲକ୍ଷ୍ନୌରେ ଜାଲିଆତିର ମାମଲା ରୁଜୁ କରାଯାଇଥିଲା ।

Related Articles

Back to top button