ଓଡିଶା ଫୁଟସାଲ ଦଳର ଜର୍ସି ଉନ୍ମୋଚିତ

ଟିଟିଲାଗଡ଼: ମହାରାଷ୍ଟ୍ରର ନାସିକସ୍ଥିତ ଡିଭିଜିନାଲ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପରିସରରେ ଆସନ୍ତା ୨୬ରୁ ୨୯ ପର୍ଯ୍ୟନ୍ତ ଇନ୍‌ଡୋର ୟୁରୋପିଆନ ଗେମ୍‌ର ପଞ୍ଚମ ଫୁଟସାଲ ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡିଶାରୁ ୧୨ଜଣିଆ ଦଳ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ସୋମବାର ଟିଟିଲାଗଡ଼ ଓମଭେଲି ସ୍କୁଲ ପରିସରସ୍ଥ ସଭାଗୃହରେ ସ୍କୁଲ ପରିଚାଳିକା ବିଭା ଗୁପ୍ତା ଜର୍ସି ଉନ୍ମୋଚନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି। ଚାମ୍ପିୟନଶିପରେ ଓଡିଶା ଦଳରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଖେଳାଳିମାନେ ହେଲେ ଅମନ ବଗର୍ତ୍ତୀ, ଅରମାନ ମିତ୍ତଲ, କୌଶିକ ଜାଲ, ଦେବତୋଷ ବଗର୍ତ୍ତି, ଖ୍ରୀଷ୍ଟ ଆଦା, ରୋହିତ ମୁଣ୍ଡା, ଭୂପେନ୍ଦୁ ରଣା, ଦେବାଶିଷ ମୁଣ୍ଡା, ସାହିଲ ସାହୁ, ସଞ୍ଚତ୍ତ ନାଗ, କିସମତ ବେହେରା ଓ ମହେଶ ଖରସେଲ। ଫୁଟସାଲ ଆସୋସିଏଶନ ଅଫ୍‌ ଓଡ଼ିଶା ସମ୍ପାଦକ ଡାନିଏଲ ବାରିକ, ଟିମ୍‌ ମ୍ୟାନେଜର ଦାମ କବାଟ ପ୍ରମୁଖ ଆସନ୍ତା ୨୪ ତାରିଖରେ ନାସିକ ଅଭିମୁଖେ ବାହାରିବେ। ଫୁଟସାଲ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଓମ ଭେଲି ପବ୍ଲିକ ସ୍କୁଲ ତରଫରୁ ଅଧ୍ୟକ୍ଷ ଏମ. ପି. ମିଶ୍ର, ନିର୍ଦ୍ଦେଶକ ବଦ୍ରିନାଥ ମିଶ୍ର, କ୍ରୀଡାବିତ ତଥା କରାଟେ ପ୍ରଶିକ୍ଷକ ସେନସୁଇ ସୁରେଶ ଜାଲ, କ୍ରୀଡା ପ୍ରଶିକ୍ଷକ ଡାନିଏଲ ବାରିକ, ବବଳୀ ବର୍ମନ, କରାଟେ ମାଷ୍ଟର ଶ୍ରଦ୍ଧାଞ୍ଜଳି ଜାଲ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଦ୍ୟାଳୟ ମାନବ ସମ୍ବଳ ଅଧିକାରୀ ଶାଶ୍ୱତିକା ଯୋଶୀ।

Related Articles

Back to top button