ଜଣାଶୁଣା ଫିଲ୍ମ ନିର୍ମାତା ତରୁଣ ମଜୁମଦାରଙ୍କ ପରଲୋକ

ବଙ୍ଗଳା ଫଇଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ପରଲୋକ ଘଟିଛି। ୯୨ ବର୍ଷ ବୟସରେ କୋଲକାତାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତରୁଣ ମଜୁମଦାରଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
ତରୁଣ ମଜୁମଦାର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। କିଡନୀ ଜନିତ ସମସ୍ୟା ହେତୁ ତାଙ୍କୁ କୋଲକାତାର ସେଠ୍‌ ସୁଖଲ କର୍ଣ୍ଣାନି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୨ ଦିନ ଧରି ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇ ନ ଥିଲା। ସୋମବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ବ୍ରିଟିଶ ଭାରତ ସମୟରେ ଜନ୍ମ ହୋଇଥିବା ତରୁଣ ମଜୁମଦାର ଜଣେ ମହାନ ଫିଲ୍ମ ନିର୍ମାତା ଭାବରେ ଜଣାଶୁଣା। ସେ ତାଙ୍କ ନିର୍ଦ୍ଦେଶନା କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ନିର୍ମାଣ କରିଥିଲେ। ୧୯୬୭ରେ ତରୁଣ ମଜୁମଦାର ତାଙ୍କର ପ୍ରସିଦ୍ଧ ଫିଲ୍ମ ବାଳିକା ବଧୁ ପାଇଁ ବେଶ ଜଣାଶୁଣା। ତରୁଣ ମଜୁମଦାର ୧୯୭୧ରେ କୁହେଲି, ୧୯୭୩ରେ ଶ୍ରୀମନ ପୃଥ୍ବୀରାଜ, ଫୁଲେଶ୍ୱରୀ ଭଳି ଅନେକ ପ୍ରସିଦ୍ଧ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ୧୯୯୦ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

Related Articles

Back to top button