ବହୁମତ ହାସଲ କଲେ ଶିନ୍ଦେ

ମୁମ୍ବଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୂତନ ସରକାର ପାଇଁ ରାସ୍ତା ପରିଷ୍କାର ହୋଇଛି। ସୋମବାର ବିଧାନସଭାରେ ଶିବସେନାର ବିଦ୍ରୋହୀ ବିଧାୟକ ତଥା ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଫ୍ଲୋର ଟେଷ୍ଟରେ ତାଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ ମିଳିଛି। ଅନ୍ୟପକ୍ଷରେ ବିରୋଧୀ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ ପଡ଼ିଛି। ଏଥିସହ ତିନିଜଣ ବିଧାୟକ ଅନୁପସ୍ଥିତ ରହିଥିଲେ।

ଅପରପକ୍ଷେ, ମହାବିକାଶ ଅଘାଡ଼ିକୁ ଆଉ ଏକ ଝଟ୍‌କା ଲାଗିଛି। ଅଘାଡ଼ି ମେଣ୍ଟର ପାଞ୍ଚ ଜଣ ବିଧାୟକ ଆସ୍ଥା ଭୋଟରେ ଅନୁପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ କଂଗ୍ରେସରୁ ୩ ଜଣ ରହିଛନ୍ତି, ଯେଉଁଥିରେ କି ଆଶୋକ ଚହ୍ବାନଙ୍କ ନାଁ ସାମିଲ ଅଛି। ଏହା ବ୍ୟତୀତ ଅଘାଡ଼ିର ଅନ୍ୟ ଦୁଇଜଣ ବିଧାୟକ ମଧ୍ୟ ଭୋଟିଂରେ ଅନୁପସ୍ଥିତ ଥିଲେ। ମୋଟ୍‌ ଅଘାଡ଼ି ସରକାରଙ୍କ ୮ ଜଣ ବିଧାୟକଙ୍କ ଭୋଟ୍‌ ପଡ଼ି ପାରିନାହିଁ ଓ ତାଙ୍କୁ କେବଳ ୯୯ ଭୋଟ୍ ମିଳିଛି।

Related Articles

Back to top button