‘କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ

ନୂଆଦିଲ୍ଲୀ: ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି। ଏହାପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଥିଲେ ଯେ ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଲୀନାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିବାକୁ ଅନୁରୋଧ କରିଛନ୍ତି। ନିଜ ଫିଲ୍ମର ପୋଷ୍ଟରରେ ଜଣେ ନାରୀ ଦେବୀ କାଳୀଙ୍କ ପରି ବେଶଭୂଷା ହୋଇ ହାତରେ ‘ଏଲ୍‌ଜିବିଟିକ୍ବ୍ୟୁ’ ପତାକା ଧରି ସିଗାରେଟ୍‌ ଟାଣୁଥିବାର ଦୃଶ୍ୟ ଦେଖାଇ ବିବାଦୀୟ ହୋଇପଡ଼ିଥିବା ଲୀନାଙ୍କ ପାଇଁ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି।

ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ କରିଛି ଯେ ଭୋପାଳ ପୁଲିସ ଲୀନାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମତି ପାଇବା ପରେ ଚଳଚ୍ଚିତ୍ର ‘କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଭାରତର ମଦୁରାଇରେ ଜନ୍ମିତା ଏବଂ ଟରଣ୍ଟୋରେ ବସବାସ କରୁଥିବା ଲୀନା ମଣିମେକଲାଈ ପ୍ରଥମେ ‘କାଳୀ’ ଚଳଚ୍ଚିତ୍ରର ଏକ ପୋଷ୍ଟର୍‌ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ। ସେଥିରେ ଜଣେ ନାରୀ ଦେବୀ କାଳୀଙ୍କ ପରି ବେଶଭୂଷା ହୋଇ ହାତରେ ‘ଏଲ୍‌ଜିବିଟିକ୍ବ୍ୟୁ’ ପତାକା ଧରି ସିଗାରେଟ୍‌ ଟାଣୁଥିବାର ଦୃଶ୍ୟ ରହିଛି। ଏହି ପୋଷ୍ଟ୍‌ ଭାଇରାଲ୍‌ ହେବା ପରେ ବିବାଦ ଆରମ୍ଭ ହୋଇଥିଲା। ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟର୍‌ ସାମାଜିକ ଗଣମାଧ୍ୟମରେ ରିଲିଜ୍‌ କରିବା ପରଠାରୁ ଲୀନା ତୀବ୍ର ସମାଲୋଚନାର ସରବ୍ୟ ହୋଇ ଆସୁଛନ୍ତି। ତାଙ୍କ ନାଁରେ କେତେଗୁଡ଼ିଏ ‘ଏଫ୍‌ଆଇଆର୍‌’ ମଧ୍ୟ ପଞ୍ଜିକୃତ ହୋଇଛି। ‘କାଳୀ’ର ପୋଷ୍ଟର୍‌କୁ କେନ୍ଦ୍ର କରି ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ବି ବାଦବିବାଦ ଚାଲିଛି।

Related Articles

Back to top button