ଫ୍ୟାନ ଫୋଲୋଇଙ୍ଗରେ ବିରାଟ କୋହଲି ଓ ସିଦ୍ଧାର୍ଥ ଶୁକ୍ଳାଙ୍କୁ ପଛରେ ପକାଇଲେ ବିଗ୍‌ବସ୍‌ ବିଜେତା ଏମ୍‌ ସି ଷ୍ଟାନ୍‌

ବମ୍ବେ: ଫେବୃଆରି ୧୨ ତାରିଖ ଦିନ  ‘ବିଗ୍‌ବସ୍‌ ୧୬’ ବିଜେତାଙ୍କ ନାମ ଘୋଷଣା ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଦର୍ଶକ ଭାବୁଥିଲେ ‘ବିଗ୍‌ବସ୍‌ ୧୬’ ବିଜେତା ପ୍ରିୟଙ୍କା ଚାହର ଚୌଧୁରୀ ନଚେତ ଶିବ ଠାକରେ ମଧ୍ୟରୁ କେହି ଜଣେ ହେବେ, କିନ୍ତୁ ସଲମାନ ଯେତେବେଳେ ଏମ ସି ଷ୍ଟାନଙ୍କ ନାମ ଘୋଷଣା କରିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥି‌ଲେ।

ସମସ୍ତଙ୍କ ମନରେ ଷ୍ଟାନଙ୍କ ଲୋକପ୍ରିୟତାକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଷ୍ଟାନ ଖୁବ ଲୋକପ୍ରିୟ। ତାଙ୍କ ଫ୍ୟାନ ଫଲୋଇଙ୍ଗ ବିରାଟ କୋହଲି, ସିଦ୍ଧାର୍ଥ ଶୁକ୍ଳା ଓ ତେଜସ୍ବୀ ପ୍ରକାଶଙ୍କୁ ପଛରେ ପକାଇ ଦେଇଛି।

ବିଗ୍‌ବସ୍‌ ବିଜେତା ଏମ୍‌ ସି ଷ୍ଟାନ୍‌ ଘୋଷଣା ହେବା ପରେ ଟୁଇଟରରେ ଏହି ଖବର ନିଆଁ ଭଳି ବ୍ୟାପି ଯାଇଥିଲା। ପ୍ରତ୍ୟେକଙ୍କୁ ଲାଗୁଥିଲା କି ଷ୍ଟାନ କିଭଳି ଭାବେ ଜିତି ପାରିଲେ। ‌ସେ ତ ପୁରା ସିଜନରେ କିଛି ବି କରୁ ନଥିଲେ। ଷ୍ଟାନଙ୍କ ପ୍ରଶଂସକଙ୍କ ପାଇଁ ଏସବୁ ସମ୍ଭବ ହୋଇପାରିଛି। ଷ୍ଟାନଙ୍କ ଇନଷ୍ଟାଗ୍ରାମରେ ୭୦ଲକ୍ଷ ଲୋକ ତାଙ୍କୁ ଫଲୋ କରିଥାଅନ୍ତି।

ପୁରା ସିଜନରେ ତାଙ୍କ ଟିମ ସୋସିଆଲ ମିଡିଆରେ ଆକ୍ଟିଭ ନଥିଲା। ଟିମ ପକ୍ଷରୁ ବିଗବସ ଆକ୍ଟିଭିଟିକୁ ନେଇ ଷ୍ଟାନଙ୍କ କୌଣସି ପୋଷ୍ଟ କରାଯାଇ ନଥିଲା।  ବିଗବସ ଜିତିବା ପରେ ସଲମାନ ଖାନ ଓ ଟ୍ରଫି ସହିତ ଷ୍ଟାନଙ୍କ ଫଟୋ ଯେମିତି ସେୟାର ହୋଇଥିଲା ତାହା ଆଖି ପିଛୁଳାକେ ଭାଇରାଲ ହୋଇଯାଇଥିଲା।

ଏହି କ୍ରମରେ ବିରାଟଙ୍କ ଫଟୋରେ ୨୦ଲକ୍ଷ ଲାଇକ ଥିବା ବେଳେ ଷ୍ଟାନଙ୍କ ଫଟୋରେ ୬୦ଲକ୍ଷ ଲାଇକ ଆସିଥିଲା। ସଲମାନ ବି ନିଜେ କହିଥିଲେ ଏସବୁ ଷ୍ଟାନଙ୍କ ଫ୍ୟାନଙ୍କ ସମର୍ଥନ ପାଇଁ ସମ୍ଭବ ହୋଇପାରିଛି। ଏତେ ସଂଖ୍ୟକ ଲାଇକ୍‌ ଏଯାବତ ବିଗ୍‌ବସ୍‌ର କୌଣସି ବିଜେତାଙ୍କୁ ମିଳିନାହିଁ।

Related Articles

Back to top button