ହ୍ବାଟ୍‌ସଆପ୍‌ରେ ଆସୁଛି ନୂଆ ଫିଚର୍‌ ‘ଫଟୋ କ୍ୱାଲିଟି’

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍‌ ଶେଷରେ ବ୍ୟବହାରକାରୀଙ୍କ ପାଇଁ ଆଣୁଛି ‘ଫଟୋ କ୍ୱାଲିଟି’ ଫିଚର୍‌ । ଏହି ସୁବିଧା କେବଳ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉପଭୋକ୍ତାମାନଙ୍କ ପାଇଁ ଆସୁଛି। ଯାହାକି ଡାଟା ସଞ୍ଚୟ କରିବା କିମ୍ବା ଅରିଜିନାଲ ଫଟୋ ପଠାଇବା ପାଇଁ ଅନୁମତି ଦେବ। ବର୍ତ୍ତମାନ ସବୁ ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର୍‌ ଉପଲବ୍ଧ ନାହିଁ। ଆସନ୍ତା କିଛି ସପ୍ତାହ ମଧ୍ୟରେ ହ୍ବାଟ୍‌ସଆପ୍‌ ଏହାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବ।

ଖବର ଅନୁଯାୟୀ, ହ୍ବାଟ୍‌ସଆପ୍‌ ଡେସ୍କଟପ୍ ଆପ୍ ବ୍ୟବହାରକାରୀଙ୍କ ପାଇଁ ଫଟୋ କ୍ୱାଲିଟି ଫିଚର୍‌ ଆଣିବାକୁ ଯୋଜନା କରିଛି। ହ୍ବାଟ୍‌ସଆପ୍‌ ଏକ ଡେସ୍କଟପ୍ ଆପ୍ ପାଇଁ ଉପଭୋକ୍ତାମାନଙ୍କୁ ସେମାନଙ୍କର ଅରିଜିନାଲରେ ଫଟୋ ପଠାଇବା ପାଇଁ ଏହି ଫିଚର୍‌ ବାହାର କରୁଛି। ଏହି ଫିଚର୍‌ ଉପରେ ବର୍ତ୍ତମାନ କାମ ଚାଲିଛି, କିନ୍ତୁ ହ୍ବାଟ୍‌ସଆପ୍‌ ଡେସ୍କଟପ୍ ଆପରେ ଅପଡେଟ ସହିତ ଜାରି ହେବ।

ପ୍ରଥମେ ହ୍ବାଟ୍‌ସଆପ୍‌ ଖୋଲିକି ସେଟିଙ୍ଗ୍ ଯିବେ, ସେଟିଙ୍ଗରେ ୩ଟି ଡଟ ଉପରେ ଟ୍ୟାପ୍ କରି ସର୍ଚ୍ଚ ବାରକୁ ଯିବେ। ତାପରେ ଷ୍ଟୋରେଜ ଏବଂ ଡାଟାକୁ ଯାଇ ତଳେ ଥିବା ମିଡ଼ିଆ ଅପଲୋଡ଼ କ୍ୱାଲିଟିକୁ ଟ୍ୟାପ୍ କରିବେ । ତାପରେ ଆପଣ ପାଇପାରିବେ ୩ଟି ଅପସନ ସେଗୁଡ଼ିକ ହେଲା; ଅଟୋ, ବେଷ୍ଟ-କ୍ୱାଲିଟି, ଡାଟା ସେଭର। ସେଥିରେ ଥିବା ଡାଟା ସେଭ ଅପସନଟି ଆପଣଙ୍କ ଇଣ୍ଟରନେଟ୍ ଡାଟା ସଞ୍ଚୟ କରିବ। ଯଦି ଆପଣ ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଅଟୋ କ୍ୱାଲିଟିରେ ଫଟୋ ପଠାଇପାରିବେ ବହୁତ ଭଲ କ୍ୱାଲିଟିରେ ଫଟୋ ଯିବ। ତଥାପି, ସେଟିଙ୍ଗ୍ ପରିବର୍ତ୍ତନ କରି ଆପଣ ଯେକୌଣସି ସମୟରେ ଆପଣଙ୍କର ଫଟୋ ଅପଲୋଡ୍ ପସନ୍ଦକୁ ପରିବର୍ତ୍ତନ କରିପାରିବେ।

Related Articles

Back to top button