ମା’ ହେବେ ବିପାଶା

ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ବଲିଉଡ ବିୟୁଟି ବିପାଶା ବାସୁ । ଏହି ଖବର ସେ ନିଜେ ଅଫିସିଆଲ କରିଛନ୍ତି । ଏବେ ବିପାଶା ତାଙ୍କ ପ୍ରେଗ୍ନେସିକୁ ଏନଜୟ କରୁଛନ୍ତି । ବର୍ତ୍ତମାନ ବିପାଶା ଶେଷ ଟ୍ରେମିଷ୍ଟରରେ ଅଛନ୍ତି । ଆଉ ଏହାରି ଭିତରେ ବିପାଶ ବେବି ବମ୍ପ ସହ ଗ୍ଲାମରସ ଫଟୋ ଶୁଟ କରିଛନ୍ତି । ଏହି ଫଟୋଶୁଟରେ ତାଙ୍କ ସହ ତାଙ୍କ ସ୍ୱାମୀ ତଥା ଅଭିନେତା କରଣ ସିଂହ ଗ୍ରୋଭର ନଜର ଆସିଛନ୍ତି ।

ବିପାଶା ଏବେ ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି । ଏହାସହ ଏକ ଲମ୍ବା ନୋଟ ବି ଲେଖିଛନ୍ତି । ଏହି ନୋଟରେ ସେ ନିଜର ଖୁସି ପ୍ରକାଶ କରିଛନ୍ତି । ଆଉ ଖୁସିର ସହ ସେ ଇଚ୍ଛା ପ୍ରକାଶ କରିଛନ୍ତି ସେ ଖୁବଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି । ଏହାସହ ଅଭିନେତ୍ରୀ ଜୀବନର ନୂଆ ଫେଜକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଏହାସହ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ଫଟୋରେ ବିପାଶା ଏକ ଓଭର ସାଇଜ୍ ଶାର୍ଟ ପିନ୍ଧିଥିବା ବେଳେ ଏହାର ଗୋଟିଏ ବଟନ ଲଗାଯାଇଛି ଆଉ ତାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସୁଛି । ଆଉ ଏକ ଫଟୋରେ ସ୍ୱାମୀ କରଣ ସିଂ ଗ୍ରୋଭର ବିପାଶାଙ୍କ ବେବି ବମ୍ପକୁ ଧରି କିସ୍ କରୁଥିବା ଦେଖାଯାଇଛି । ଆଉ ବିପାଶାଙ୍କ ମୁହଁରେ ଏକ ଲମ୍ବା ସ୍ମିତ ହାସ୍ୟ ଦେଖାଯାଇଛି । ଏହି ଫଟୋକୁ ଶେୟାର କରି ବିପାଶା ଲେଖିଛନ୍ତି ଏକ ନୂଆ ସମୟ, ଏକ ନୂଆ ଆଲୋକ ଆମ ଜୀବନରେ ଏକ ଆଙ୍ଗୁଳି ଛାପ ଯୋଡି ଦେଉଛି ।

Related Articles

Back to top button