‘ହର ଘର ତ୍ରିରଙ୍ଗା’ ୱେବସାଇଟ୍‌ରେ ୫ କୋଟିରୁ ଅଧିକ ତ୍ରିରଙ୍ଗା ସହ ସେଲ୍‌ଫି ହୋଇଛି ଅପଲୋଡ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଏକ ବଡ଼ ସଫଳତା ପାଇଛି। ‘ହର ଘର ତ୍ରିରଙ୍ଗା’ ୱେବସାଇଟ୍‌ରେ ଏପର୍ଯ୍ୟନ୍ତ ୫ କୋଟିରୁ ଅଧିକ ତ୍ରିରଙ୍ଗା ସହ ସେଲ୍‌ଫି ଅପଲୋଡ୍‌ ହୋଇଛି। ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଥିଲେ।
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ହର ଘର ତ୍ରିରଙ୍ଗା ଅଭିଯାନ ୱେବ୍‌ସାଇଟରେ ଭାରତୀୟ ପତାକା ସହିତ ୫ କୋଟିରୁ ଅଧିକ ସେଲଫି ଶେୟାର କରାଯାଇଛି। ଏହି ସୂଚନା ସହିତ ମନ୍ତ୍ରଣାଳୟ ଏହାକୁ ଦେଶ ପାଇଁ ଏକ ‘ବଡ଼ ସଫଳତା’ ବୋଲି କହିଛି।
୨୨ ଜୁଲାଇ ୨୦୨୨ରେ ପ୍ରଧାନମନ୍ତ୍ରୀ ଘରେ ଜାତୀୟ ପତାକା ଉତ୍ତୋଳନ କରି ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଯୋଗଦେବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ।

Related Articles

Back to top button