ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କଲା ‘ବଏକଟ୍‌ ଲାଲ୍‌ ସିଂହ ଚଢ଼ା’; ହିନ୍ଦୁ ଭାବାବେଗକୁ ଆଘାତ କରିଥିବା ଅଭିଯୋଗ

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ଟ କୁହାଯାଉଥିବା ଅଭିନେତା ଆମୀର ଖାନ୍‌ ୪ ବର୍ଷର ବ୍ୟବଧାନ ପରେ ଏକ ସିନେମା କରିଛନ୍ତି। ସେ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ ଜରିଆରେ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ କରାଇବାକୁ ଚିନ୍ତା କରିଥିଲେ। ମା‌ତ୍ର ଏଥର ତାଙ୍କ ଭାଗ୍ୟ ତାଙ୍କୁ ସେତେ ଭଲ ଭାବେ ସାଥ୍‌ ଦେଇ ନାହିଁ। କାହିଁକି ନା, ଏହି ଫିଲ୍ମଟିକୁ ନେଇ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡ଼ିଛି। ସୋସିଆଲ୍‌ ମିଡିଆରେ ଏବେ ଆମୀରଙ୍କ ଚଳଚ୍ଚିତ୍ରକୁ ନେଇ ‘ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ୍‌ କରିବାରେ ଲାଗିଛି।

ଏହି ଚଳଚ୍ଚିତ୍ରଟି ଆସନ୍ତା ୧୧ ତାରିଖରେ ରିଲିଜ୍‌ ହେବାକୁ ଯାଉଥିବା‌ ବେଳେ ଏହାକୁ ନଦେଖିବାକୁ ପାଇଁ କିଛି ଲୋକ ସୋସିଆଲ୍‌ ମିଡିଆରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି।ଆମୀର ଏହି ଚଳଚ୍ଚିତ୍ରରେ ହିନ୍ଦୁ ସଂସ୍କୃତିର ଅପମାନ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଚଳଚ୍ଚିତ୍ରର ଏକ ପୋଷ୍ଟର୍‌ରେ ମାଆ ଲକ୍ଷ୍ମୀଙ୍କ ଫଟୋ ଲଗାଯାଇ ସେଥିରେ ‘ଲାପତା’ ଅର୍ଥାତ ନିଖୋଜ ବୋଲି ଲେଖାଯାଇଛି। ଯାହାକୁ ନେଇ ଏବେ ବିବାଦ ‌ଜୋର୍ ଧରିଛି।

ଏହି ଚଳଚ୍ଚିତ୍ରରେ ଆମୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କରୀନା କପୁର। ଆମୀର ନିକଟରେ କରୀନାଙ୍କୁ ତାଙ୍କ ଅପ୍‌କମିଂ ଚଳଚ୍ଚିତ୍ରର ‌ନୂଆ ପୋ‌ଷ୍ଟର୍‌ ଜାରି କରି ଶୁଭେଚ୍ଛା ଜଣାଇଥିଲେ। ଆମୀର ଜାରି କରିଥିବା ଏହି ପ୍ରଥମ ପୋଷ୍ଟର୍‌ରେ କରୀନା କପୁର୍‌ ଏକ ହଳଦିଆ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଆମୀର ଖାନ୍‌ କ୍ୟାମେରାକୁ ପଛ କରି ଛିଡ଼ା ହୋଇଥିବା ବେଳେ ତାଙ୍କୁ ଆଲିଙ୍ଗନ କରିଥିଲେ କରୀନା କପୁର୍‌।

Related Articles

Back to top button