ପଞ୍ଚଭୂତରେ ବିଲୀନ ହେଲେ କମେଡିଆନ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ । ଆଜି (ସେପ୍ଟେମ୍ବର 22) ଦିଲ୍ଲୀର ନିଗମ ବୋଧ ଘାଟରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ରାଜୁଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଉପସ୍ଥିତ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦିଲ୍ଲୀ ଏମ୍ସରେ ଗତକାଲି ସକାଳ ୧୦.୨୦ରେ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଥିଲା ।

 

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଟୁଇଟ୍ କରି ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ‘ପ୍ରସିଦ୍ଧ ହାସ୍ୟ ଅଭିନେତା ଶ୍ରୀ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜର ଗଜୋଧର ଭୈୟା ସମସ୍ତଙ୍କୁ ଖୁସି କରିଥିଲେ କିନ୍ତୁ ଏଥର ସେ ଆମକୁ କାନ୍ଦିବାକୁ ବାଧ୍ୟ କରିଦେଲେ । ତାଙ୍କର ଆତ୍ମାକୁ ​​ଶାନ୍ତି ମିଳୁ । ଭଗବାନ ଏହି କ୍ଷତି ସହିବାକୁ ତାଙ୍କ ପରିବାର ଏବଂ ପରିବାରକୁ ଶକ୍ତି ଦିଅନ୍ତୁ ।

 

ରାଜୁଙ୍କ ଅନ୍ତିମ ଶୋଭାଯାତ୍ରା ବଡବଡ ସେଲିବ୍ରିଟି ସାମିଲ ହୋଇ ରାଜୁଙ୍କୁ ଶେଷ ବିଦାୟ ଦେଇଥିଲେ ।

Related Articles

Back to top button