ଟେଲିଭିଜନ ଷ୍ଟାର ଏଜାଜ୍ ଖାଁ ଅସୁସ୍ଥ

ମୁମ୍ବାଇ: ଟେଲିଭିଜନ ଷ୍ଟାର ତଥା ବିଗ୍‌ବସ୍‌ର ପ୍ରତିଯୋଗୀ ଥିବା ଏଜାଜ୍‌ ଖାଁ ଅସୁସ୍ଥ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଟାଇଫଏଡ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି। ଏଜାଜ୍‌ ନିଜର ସ୍ବାସ୍ଥ୍ୟ ବିଷୟରେ ନିଜର ସୋସିଆଲ ମିଡିଆରେ ପ୍ରଂଶସକଙ୍କୁ ଜଣାଇଛନ୍ତି।

ଇନଷ୍ଟାଗ୍ରାମ ଷ୍ଟୋରୀରେ ଏଜାଜ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଫଟୋ ଶେୟାର କରିଛନ୍ତି। ତାଙ୍କ ହାତରେ ସାଲାଇନ୍‌ ଲାଗିଛି। ଫଟୋ ଶେୟାର କରି ମୁଁ ସ୍ବତନ୍ତ୍ର। ଫୋନ୍‌ କରିବ ନାହିଁ ବୋଲି ଲେଖିଛନ୍ତି। ସେହିଭଳି ପ୍ରେମିକା ପବିତ୍ରା ମଧ୍ୟ ତାଙ୍କ ସହ ଫଟୋ ଶେୟାର କରି ଶୀଘ୍ର ସୁସ୍ଥ ହୋଇଯାଅ ବୋଲି ଲେଖିଛନ୍ତି।

କହିରଖୁଛୁ, ଏଜାଜ ଏବଂ ପବିତ୍ରା ସବୁଠାରୁ ଲୋକପ୍ରିୟ ଯୋଡ଼ି ମଧ୍ୟରେ ଅନ୍ୟତମ। ବିଗ୍‌ବସ୍‌ ଘରେ ପରସ୍ପରକୁ ଭେଟିବା ପରେ ପ୍ରେମରେ ପଡ଼ିଥିଲେ ଦୁହେଁ। ପରେ ଏହା ବେଶ ଆଗକୁ ବଢ଼ିଥିଲା। ଏବେ ସେମାନେ ବିବାହ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି।

Related Articles

Back to top button