ସ୍କୁଲ କଳାପଟାରେ ‘ଆମେ ପୁଣି ଆସିବୁ’ ଲେଖି ଚୋରି କରିଥିବା ଚୋର ଗ୍ୟାଙ୍ଗ ଗିରଫ

ନବରଙ୍ଗପୁର  : ସଫଳତା ହାସଲ କଲା ନବରଙ୍ଗପୁର ପୋଲିସ। ଧରା ପଡ଼ିଲା ବହୁ ଚର୍ଚ୍ଚିତ ଖାତୀଗୁଡ଼ା ହାଇସ୍କୁଲର ଧୁମ ୪ ସିନେମା ଷ୍ଟାଇଲରେ ଚୋରିକରି ଥିବା ଅଭିଯୁକ୍ତ। ଗତ ୧ ତାରିଖ ରାତିରେ ସ୍କୁଲରୁ ଚୋରମାନେ ବିଭିନ୍ନ ଜିନିଷ ଚୋରୀ କରି ପୋଲିସକୁ ଚାଲେଞ୍ଜ ଦେଇଥିଲେ। ସ୍କୁଲ ରୁ କମ୍ପ୍ୟୁଟର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ସ୍କୁଲ୍ କଳାପଟାରେ ‘ଧୁମ୍ ୪-ପୁଣି ଆସିବୁ-ଧରି ପାରିବତ ଧର’ ଲେଖି ପୋଲିସକୁ ଚାଲେଞ୍ଜ କରିଥିଲେ। ଏହି ଘଟଣାର ତଦନ୍ତ କରି ପୋଲିସ ଖାତିଗୁଡ଼ା ସହରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଏହି ଘଟଣାକୁ ନେଇ ପୋଲିସ ଏକ ସାମ୍ୱାଦିକ ସମ୍ମିଳୀ କରି ଏହାର ସୂଚନା ଦେଇଛି। ଏହି ଚୋରି  ଘଟଣାରେ ଦୁଇଭାଇ ଜଡ଼ିତ ଥିବା ନେଇ ନବରଙ୍ଗପୁର ଏଏସପି ସୂଚନା ଦେଇଛନ୍ତି। ସମ୍ପୃକ୍ତ ଦୁଇଭାଇ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ ସେମାନେ ଏହି ଚୋରି କରି ଏକ ପ୍ରକାର ପୋଲିସକୁ ଚାଲେଞ୍ଜ କରିଥବା ଚାରିଆଡେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ଇନ୍ଦ୍ରାବତୀ ସହରର ଦୁଇ ଭାଇ ଆଦିତ୍ୟ କୁମାର ଦାସ ଓ ଆନନ୍ଦ କୁମାର ଦାସ ଜଡ଼ିତ ଥିବା ପୋଲିସ ସୂଚନା ଦେଇଛି। ସେମାନଙ୍କ ଠାରୁ ସମସ୍ତ ଚୋରି ଜିନିଷ ଜହତ ହୋଇଥିବା ବେଳେ ଦୁଇଜଣଙ୍କୁ ନେଇ ଅଧିକ ତଦନ୍ତ କରିବା ସହ କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

Related Articles

Back to top button