ଭରଣପୋଷଣ ପାଇଁ ୧ କୋଟି ଟଙ୍କା ଦେଇ ପତ୍ନୀ ଶାଲିନୀଠାରୁ ଅଲଗା ହେଲେ ହନୀ ସିଂ

ଚଣ୍ଡୀଗଡ: ପଞ୍ଜାବର ଗାୟକ ୟୋ ୟୋ ହନୀ ସିଂ ଏବଂ ପତ୍ନୀ ଶାଲିନୀ ତଲୱାର ଶେଷରେ ଅଲଗା ହୋଇଛନ୍ତି। ଛାଡପତ୍ର ହେବା ପରେ ହନୀ ସିଂ ଭରଣପୋଷଣ ପାଇଁ ପତ୍ନୀଙ୍କୁ ୧ କୋଟି ଟଙ୍କା ଦେବେ। ଲୋକପ୍ରିୟ ଗାୟକ ହନୀ ସିଂଙ୍କ ବିରୋଧରେ ତାଙ୍କ ପତ୍ନୀ ଘରୋଇ ହିଂସା ମାମଲା ରୁଜୁ କରିଥିଲେ। ଏହାକୁ ଆଧାର କରି ଉଭୟ ଛାଡପତ୍ର ଆବେଦନ କରିଥିଲେ। ଶୁକ୍ରବାର ସେମାନେ ଅଫିସିଆଲ ଭାବେ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଶାଲିନୀ ଅଭିଯୋଗ କରିବା ପରେ ସମସ୍ତ ଉଦ୍ୟମ ସତ୍ୱେ ଆଉ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ସମ୍ଭବପର ହୋଇ ନ ଥିଲା । ହନୀ ସିଂ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ଏ ନେଇ ସୋସିଆଲ ମିଡିଆରେ ମତ ରଖିଥିଲେ । ଶାଲିନୀ ମୋ ଇମେଜ ଖରାପ କରିବା ପାଇଁ ଏ ଭଳି ଅଭିଯୋଗ ଆଣୁଛନ୍ତି ବୋଲି ସେ କହିଥିଲେ।

ଲୁଙ୍ଗି ଡ୍ୟାନ୍ସ, ପାନୀ ପାନୀ ଓ ୪ ବୋତଲ ଭୋଡକା ଗୀତ ଗାଇ ହନୀ ସିଂ ଯୁବ ପିଢ଼ୀଙ୍କ ନିକଟରେ ବେଶ ଲୋକପ୍ରିୟ ହୋଇ ଉଠିଥିଲେ। ଏହା ପରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ଗ୍ଲାମର ଦୁନିଆଠାରୁ ଦୂରେଇ ଯାଇଥିଲେ। ସୁସ୍ଥ ହେବା ପରେ ସେ ଏବେ ପୁନର୍ବାର ଧିରେ ଧିରେ ମ୍ୟୁଜିକ ଦୁନିଆରେ ପାଦ ଥାପୁଛନ୍ତି।

 

 

Related Articles

Back to top button