ଭୁବନେଶ୍ୱରରେ ଦୋକାନ କରିଥିଲେ ୨ଟି ଡଷ୍ଟବିନ୍ ରଖନ୍ତୁ , ନହେଲେ ଜରିମାନା ନେବ ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଏମସି ପରିମଳକୁ ଗୁରୁତ୍ୱ ଦେଉଛି। ବିଶେଷକରି ହାଟ ବଜାର ଓ ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକରେ ୨ଟି ଲେଖାଏ ଡଷ୍ଟବିନ୍ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଗୋଟିଏ ଡଷ୍ଟବିନରେ ଶୁଖିଲା ଓ ଅନ୍ୟଟିରେ ଓଦା ବର୍ଜ୍ୟବସ୍ତୁ ପକାଇବେ। ଏବଂ ନିୟମିତ ଉକ୍ତ ଡଷ୍ଟବିନର ଅଳିଆକୁ ସଫେଇ ଗାଡ଼ିକୁ ଦେବେ। ଆପଣଙ୍କ ଦୋକାନର ୫ ମିଟର ପରିଧି ସଫାସୁତୁରା ନଥିଲେ ବିଏମସି ଆପଣଙ୍କୁ ଜରିମାନା ପକାଇବ।

 

ଖଣ୍ଡଗିରି ପାହାଡ଼ ଅଞ୍ଚଳରେ ବିଏମସି ଟିମ୍ ପକ୍ଷରୁ ବିଭିନ୍ନ ଦୋକାନର ସଫାସୁତୁରା ଯାଞ୍ଚ କରାଯାଇ ଜରିମାନା କରାଯାଇଛି। ପରିମଳ ବ୍ୟବସ୍ଥା ଠିକ୍ ନଥିବାରୁ ବିଏମସି ଅଧିକାରୀ ପଇଡ଼ ଦୋକାନୀ ଓ ଜଳଖିଆ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି।

 

Related Articles

Back to top button