‘ଜାଣି ନଥିଲି କେଉଁ ଫିଲ୍ମ ପାଇଁ ପାଇଛି ଆୱାର୍ଡ’ – ପଙ୍କଜ ତ୍ରିପାଠୀ

ପଙ୍କଜ ତ୍ରିପାଠୀ ବଲିଉଡର ଲୋକପ୍ରିୟ ତଥା ଦକ୍ଷ ଅଭିନେତା ମଧ୍ୟରୁ ଜଣେ । ସେ ତାଙ୍କ କ୍ୟାରିୟରରେ ଅନେକ ବଡ ବଡ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି ପଙ୍କଜ। ନିକଟରେ ଆବୁଧାବିରେ ଆୟୋଜିତ ହୋଇଥିବା ଆଇ ଆୱାର୍ଡ ଶୋ’ରେ ସାମିଲ୍‌ ହୋଇଥିଲେ। ଯେତେବେଳେ ଆୱାର୍ଡ ଗ୍ରହଣ କରିଥିଲେ ସେତେବେଳେ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ । ଏହି ସମୟରେ ପଙ୍କଜ କହିଛନ୍ତି ସେତେବେଳେ ସେ କେଉଁ ଫିଲ୍ମ ପାଇଁ ଆୱାର୍ଡ ପାଇଥିଲେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ। କେବଳ ଏତିକି ନୁହେଁ ପଙ୍କଜ ମଧ୍ୟ ତାଙ୍କ ଦ୍ୱନ୍ଦ୍ୱ ବିଷୟରେ ଗଣମାଧ୍ୟମକୁ ମଧ୍ୟ ପଚାରିଥିଲେ।

ଅନୁରାଗ ବସୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲୁଡୋ’ ପାଇଁ ପଙ୍କଜ ତ୍ରିପାଠୀଙ୍କୁ ବେଷ୍ଟ ସପୋର୍ଟିଂ ଆୱାର୍ଡ ମିଳିଥିଲା। ଏହି ସମୟରେ ପଙ୍କଜ ତ୍ରିପାଠୀ ତାଙ୍କ ଜୀବନର ବିଶେଷ ମୂହୁର୍ତ୍ତଗୁଡିକ ବିଷୟରେ ମନେ ପକାଇ କହିଥିଲେ ଏହା ତାଙ୍କ ଜୀବନର ପ୍ରଥମ ଥର ପାଇଁ ବିଶେଷ ଅନୁଭୂତି ହୋଇଥିଲା । କାହିଁକି ନା ଏସବୁ ଅଦ୍ଭୁତ , ଅବିଶ୍ୱସନୀୟ ଏବଂ ଭାବପ୍ରବଣ ମୁହୂର୍ତ୍ତ ଥିଲା । ଦୁନିଆର ସବୁଠୁ ବଡ ଅଡିଟୋରିୟମରେ ଛିଡା ହୋଇଥିବା ଦର୍ଶକଙ୍କ ଠାରୁ ଭଲ ପାଇବ, ସ୍ନେହ , ପ୍ରେମ, କରତାଳି ମିଳିଥିଲା । ଦର୍ଶକମାନେ ତାଙ୍କ ବିଜୟ ପାଇଁ ତାଙ୍କୁ ପ୍ରଶଂସା କରୁଥିଲେ, ଏହି ସମୟରେ ମୁଁ ଏତେ ଖୁସି ଥିଲି ଯେ କେଉଁ ଫିଲ୍ମ ପାଇଁ ମୁଁ ପୁରସ୍କାର ପାଇଛି ତାହା ମୁଁ ଜାଣେ ନାହିଁ। ଆୱାର୍ଡ ପ୍ରଦାନ କରିଥିବା ଅଭିନେତ୍ରୀ କ୍ରିତି ସାନନ୍ କହିଥିଲେ ଯେ ଲୁଡୋ ଫିଲ୍ମ ପାଇଁ ମୁଁ ଆୱାର୍ଡ ପାଇଛି ।

କହିବାକୁ ଗଲେ ଯେ ପଙ୍କଜଙ୍କୁ ଶେଷ ଥର ପାଇଁ ବଚ୍ଚନ ପାଣ୍ଡେରେ ଦେଖିବାକୁ ମିଳିଥିଲା । ଏବେ ତାଙ୍କୁ ଶେରଦିଲ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମଟି ୨୪ ଜୁନରେ ରିଲିଜ୍‌ ହେବ ।  ଏହା ବ୍ୟତୀତ ଖୁବ୍ ଶୀଘ୍ର ଆମାଜନ୍ ପ୍ରାଇମ୍ ଭିଡିଓର ସିରିଜ୍ ମିର୍ଜାପୁର ପାଇଁ ସୁଟିଂ ଆରମ୍ଭ କରିବେ।

Related Articles

Back to top button