ପ୍ରକାଶ ଝା’ଙ୍କ ୱେବ୍‌ ସିରିଜ୍‌ରେ କମ୍‌ବ୍ୟାକ୍‌ କରିବେ ନାନା ପାଟେକର

ଏହା ପୂର୍ବରୁ ପ୍ରକାଶ ଝା ଓ ନାନା ଦୁହେଁ ଫିଲ୍ମ ‘ରାଜନୀତି’ରେ ଏକାଠି କାମ କରିଥିଲେ

ବଲିଉଡର ପ୍ରସିଦ୍ଧ ଅଭିନେତା ନାନା ପାଟେକର କେବଳ ଜଣେ ପ୍ରସିଦ୍ଧ ଅଭିନେତା ହିଁ ନୁହଁନ୍ତି ଜଣେ ଲେଖକ ଏବଂ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଅଟନ୍ତି। ତାଙ୍କ ଅଭିନୟରେ ବହୁ ଲୋକମାନେ ପ୍ରଭାବିତ ହୁଅନ୍ତି। ତାଙ୍କ ଡାଏଲଗ୍‌ କହିବାର ଶୈଳୀ ପାଇଁ ସେ ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ । ଅଭିନେତା ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଥିଲେ। ବର୍ତ୍ତମାନ କୁହାଯାଉଛି କି ସେ ଖୁବ୍‌ ଶୀଘ୍ର ଆଶ୍ରମ ସିଜନ -୪ରେ ନଜର ଆସିବେ।

ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ନାନା ପାଟେକର ତାଙ୍କ କମ୍‌ ବ୍ୟାକ୍‌ ବିଷୟରେ ଖୁଲାସା କରିଛନ୍ତି। ଏଥର ସେ କହିଛନ୍ତି ଯେ ସେ ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ମାଧ୍ୟମରେ ଏକ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ଏହି ୱେବ୍ ସିରିଜ୍ ଆଶ୍ରମ ନୁହେଁ ବରଂ ଲାଲ୍ ବତୀ ହେବ । ନାନା ପାଟେକର ନିଜେ ଏହି ପ୍ରୋଜେକ୍ଟ ବିଷୟରେ କହିଛନ୍ତି ଯେ ହଁ ମୁଁ ସେହି ଫିଲ୍ମ କରୁଛି । ଏହି ଲାଲ୍‌ ବତୀ ଏକ ସାମାଜିକ ରାଜନୈତିକ ୱେବ୍ ସିରିଜ୍ ଉପରେ ଆଧାରିତ ।

ଏହା ପୂର୍ବରୁ ପ୍ରକାଶ ଝା ଓ ନାନା ଦୁହେଁ ଫିଲ୍ମ ‘ରାଜନୀତି’ରେ ଏକାଠି କାମ କରିଥିଲେ। ଲାଲ ବତୀ ଏପରି ଏକ ୱେବ୍ ସିରିଜ୍ ଯାହା ରାଜନୀତିର ଥିବା କଳା ଅନ୍ଧକାରରପୃଷ୍ଠାଗୁଡ଼ିକୁ ଖୋଲିବ । ଏହି ଧାରାବାହିକରେ ନାନା ପାଟେକର ଜଣେ ରାଜନେତା ଭୂମିକାରେ ଅଭିନୟ କରିବେ ।

Related Articles

Back to top button