ତେଜାବ ଫିଲ୍ମର ରିମେକରେ ଅଭିନୟ କରିପାରନ୍ତି ରଣବୀର ସିଂ ଓ ଜାହ୍ନବୀ କାପୁର

ମୁମ୍ବାଇ: ଅନୀଲ କାପୁର ଓ ମାଧୁରୀ ଦୀକ୍ଷିତ ଅଭିନୀତ ତେଜାବ ଫିଲ୍ମର ରିମେକ ପାଇଁ ଫିଲ୍ମମେକର କୁରାଦ ଖେତାନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପୂର୍ବରୁ ଏଥିରେ କାର୍ତିକ ଆର୍ଯ୍ୟନ ଓ ଶ୍ରଦ୍ଧା କାପୁର ଅଭିନୟ କରିବେ ବୋଲି ଖବର ପ୍ରକାଶ ପାଇଥିଲା । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏବେ ଏହି ଫିଲ୍ମରେ ରଣବୀର ସିଂ ଓ ଜାହ୍ନବୀ କାପୁର ଅଭିନୟ କରିବେ । ତେବେ କେଉଁ କାରଣ ପାଇଁ କାର୍ତିକ-ଶ୍ରଦ୍ଧା ହଟିଲେ ସେ ନେଇ ମେକର୍ସଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । ରଣବୀର-ଜାହ୍ନବୀଙ୍କୁ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ଏହା ସତ୍ୟ ହେଲେ ପ୍ରଥମ ଥର ପାଇଁ ଏହି ଯୋଡିଙ୍କୁ ଦର୍ଶକ ଏକତ୍ର ଦେଖିବାକୁ ପାଇବେ । ସୂଚନାଯୋଗ୍ୟ, ଅନୀଲ ଓ ମାଧୁରୀଙ୍କ ତେଜାବରେ ଚଙ୍କି ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଥିଲେ । ସେ ସମୟରେ ଏହି ଫିଲ୍ମ ସୁପରହିଟ ହୋଇଥିଲା । ଏବେ ଚଙ୍କି ପାଣ୍ଡେଙ୍କ ଭୂମିକା କିଏ କରିବ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

Related Articles

Back to top button