‘କାଳୀ’ ଫିଲ୍ମ ପୋଷ୍ଟର ବିବାଦ: କ୍ଷମା ମାଗିଲା କାନାଡା ସଂଗ୍ରହାଳୟ

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି। ଏହି ପୋଷ୍ଟରରେ ହିନ୍ଦୁ ଦେବୀ  କାଳୀଙ୍କୁ କଦର୍ଥ କରି ଚିତ୍ରିତ କରାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ ହୋଇଛି। ଏହାରି ଭିତରେ ଭାରତୀୟ ହାଇକମିସନ୍‌ ପ୍ରତିବାଦ କରିବା ପରେ, ଦେବୀ କାଳୀଙ୍କୁ ଭୁଲ୍‌ ରୂପେ ଚିତ୍ରିତ କରି ଅଡୁଆରେ ପଡ଼ିଥିବା ଟରଣ୍ଟୋର ‘ଆଗା ଖାଁ ସଂଗ୍ରହାଳୟ’ ମଙ୍ଗଳବାର ଦିନ କ୍ଷମାପ୍ରାର୍ଥନା କରିଛି।

ଜାରି କରିଥିବା ବିବୃତିରେ ଉକ୍ତ ସଂଗ୍ରହାଳୟ କହିଛି, କାନଡୀୟ ବହୁ-ସଂସ୍କୃତିବାଦ ପ୍ରକଳ୍ପର ଅଂଶ ଭାବେ ‘ଅଣ୍ଡର୍‌ ଦି ଟେଣ୍ଟ୍‌’ ପ୍ରକଳ୍ପରେ ଟରଣ୍ଟୋ ମେଟ୍ରୋପଲିଟାନ୍‌ ବିଶ୍ୱବିଦ୍ୟାଳୟ’ ବିଭିନ୍ନ ବର୍ଣ୍ଣ (ସମ୍ପ୍ରଦାୟ) ଏବଂ ସାଂସ୍କୃତିକ ପରିବଶେରୁ ଆସିଥିବା ଶିକ୍ଷାର୍ଥୀମାନଙ୍କର କାମ ସବୁ ଏକତ୍ର କରିଥିଲା। ସଂଗ୍ରହାଳୟ କହିଛି, ‘ଅଣ୍ଡର୍‌ ଦି ଟେଣ୍ଟ୍‌’ରେ ଏକତ୍ର କରାଯାଇଥିବା ୧୮ଟି ‘ସର୍ଟ ଭିଡିଓ’ରୁ ସାମାଜିକ ଗଣମାଧ୍ୟ‌ମରେ ପୋଷ୍ଟ୍‌ ହୋଇଥିବା ଗୋଟିକର ପୋଷ୍ଟର୍‌ ହିନ୍ଦୁ ସମ୍ପ୍ରଦାୟଙ୍କୁ ଆଘାତ ଦେଇଛି। ଏଥିପାଇଁ ସଂଗ୍ରହାଳୟ ଗଭୀର ଦୁଃଖ ପ୍ରକାଶ କରୁଛି।

‘ଅଣ୍ଡର୍‌ ଦି ଟେଣ୍ଟ୍‌’ ପ୍ରକଳ୍ପରେ ହିନ୍ଦୁ ଦେବାଦେବୀଙ୍କୁ କଦର୍ଯ୍ୟ ଭାବେ ଚିତ୍ରିତ କରିଥିବା ଟରଣ୍ଟୋର ‘ଆଗା ଖାଁ ସଂଗ୍ରହାଳୟ’ କ୍ଷମାପ୍ରାର୍ଥନା କରିବା ଉଚିତ ବୋଲି ସୋମବାର ଦିନ ଭାରତୀୟ ହାଇକମିସନ୍‌ କାନଡୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ କହିଥିଲେ।

Related Articles

Back to top button