ବ୍ରିଟେନରେ ମନ୍ତ୍ରୀଙ୍କ ଇସ୍ତଫାର ଧାରା ଜାରି, ଅର୍ଥ ଏବଂ ସ୍ୱାସ୍ଥ୍ୟ ପରେ ଆଉ ଦୁଇ ମନ୍ତ୍ରୀ ଛାଡିଲେ ବୋରିସଙ୍କ କ୍ୟାବିନେଟ୍

ବୋରିସ ଜନସନ କ୍ୟାବିନେଟରୁ ଇସ୍ତଫାର ଝଡ ଜାରି ରହିଛି । ଅର୍ଥ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ପରେ ଆଉ ଦୁଇ ଜଣ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । କ୍ୟାବିନେଟରୁ ମନ୍ତ୍ରୀଙ୍କ ଇସ୍ତଫା ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରେ ଅଧିକ ଚାପ ପକାଇଛି।

ବୁଧବାର ବ୍ରିଟେନର ଶିଶୁ ଏପଂ ପରିବାର କଲ୍ୟାଣ ମନ୍ତ୍ରୀ ୱିଲ ୱିନ୍ସ ଏବଂ  ପରିବହନ ରାଷ୍ଟ୍ର ମନ୍ତ୍ରୀ ଲଉରା ଟ୍ରୋଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୱିନ୍ସ କହିଛନ୍ତି, ଇସ୍ତଫା ଦେବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା। ସେହିପରି ସରକାର ଉପରେ ବିଶ୍ୱାସ ହରାଇ ଥିବାରୁ ଇସ୍ତଫା ଦେଉଥିବା ଟ୍ରୋଟ କହିଛନ୍ତି। ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ଇସ୍ତଫା ଜନସନଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି କରୁଛି । ନିକଟରେ ନିଜ ଦଳର ନେତା ପଦ ହରାଇବାରୁ ଅଳ୍ପକେ ବର୍ତ୍ତିଥିଲେ ଜନସନ।

ଏହା ପୂର୍ବରୁ ମଙ୍ଗଳବାର ଋଷି ସୁନକ ଏବଂ ସାଜିଦ୍ ଜାଭିଡ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ସହ ଜନସନ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ସରକାରର ଦୁର୍ନୀତିର ସଂସ୍କୃତିକୁ ଆଉ ବରଦାସ୍ତ କରିପାରିବେ ନାହିଁ ବୋଲି ଦୁହେଁ କହିଥିଲେ।

Related Articles

Back to top button