ବିବାଦୀୟ ଟୁଇଟ୍ ଯୋଗୁଁ ଅଭିନେତା କମାଲ ଆର ଖାନ୍ ଗିରଫ

ମୁମ୍ୱାଇ: ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମାଲ ଆର ଖାନ (KRK) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । KRKଙ୍କୁ ମଲାଡ ପୋଲିସ ଗିରଫ କରିଛି । ବିବାଦରେ ଥିବା KRK ବିରୋଧରେ ମଲାଡ ପୋଲିସ ନିକଟରେ ହୋଇଥିଲା ଅଭିଯୋଗ ।

ଏହି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । କମାଲ ଆର ଖାନ ତାଙ୍କର ଗୋଟିଏ ଟ୍ୱିଟ ଯୋଗୁଁ ତାଙ୍କ ପାଇଁ ଅଡୁଆ ବଢିଛି । ଏକ ବିବାଦୀୟ ଟୁଇଟ୍ ଯୋଗୁଁ KRK ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମଲାଡ୍ ପୋଲିସ୍ କହିଛି । ସୂଚନା ଥାଉକି, କମାଲ ଖାନ ବିମାନବନ୍ଦରରେ ତାଙ୍କୁ ଅଟକାଇ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି ।

ଏହା ପ୍ରଥମ ଘଟଣା ନୁହେଁ ଯେ କମାଲ ଆର ଖାନ ତାଙ୍କର କୌଣସି ଟ୍ୱିଟ ପାଇଁ ଅସୁବିଧାରେ ଅଛନ୍ତି । ତାଙ୍କର ବିବାଦୀୟ ଟ୍ୱିଟ୍ ପାଇଁ ସେ ପ୍ରାୟତଃ ହେଡଲାଇନରେ ରହିଥା’ନ୍ତି । କମାଲ ଆର୍ ଖାନ ବଲିଉଡର ସମସ୍ତ ବଡ ତାରକାଙ୍କୁ ଟାର୍ଗେଟ କରିଥାନ୍ତି । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଶାହାରୁଖ ଖାନଙ୍କ ବିରୋଧରେ ଟୁଇଟ କରିଥାନ୍ତି ।

Related Articles

Back to top button