ହ୍ବିଲ୍‌ ଚେୟାର୍‌ରେ ବ୍ୟାୟାମ କରୁଛନ୍ତି ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କିଏ ବା ନ ଜଣେ। ନିଜର ଫିଟ୍‌ନେସ୍‌କୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏକ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ ଆହତ ହେବା ଘଟଣା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା। ଏପରିକି ଅଭିନେତ୍ରୀ ହ୍ବିଲ୍‌ ଚେୟାର୍‌ରେ ବସି ଏକ ଫଟୋ ସେଶୟାର କରିଥିଲେ, ଯେଉଁଥିରେ ତାଙ୍କ ବାମ ଗୋଡ ପ୍ଲାଷ୍ଟର ହୋଇଥିଲା। ବର୍ତ୍ତମାନ ଅଭିନେତ୍ରୀ ବିଶ୍ରାମ ନେଉଛନ୍ତି । ଏହି ସମୟରେ ଶିଳ୍ପା ଜିମ୍‌ରୁ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ହ୍ବିଲ୍‌ ଚେୟାର୍‌ରେ ବସି ବ୍ୟାୟାମ କରୁଥିବା ଦେଖାଯାଇଛି। ସେହି ଭିଡିଓରେ ଶିଳ୍ପା ହାତରେ ଏକ ଡମ୍ବଲ ଧରିଛନ୍ତି ଏବଂ ସେ ଚେୟାରରେ ଗୋଡ ଲମ୍ବାଇ ବସିଛନ୍ତି। ଆଉ ବ୍ୟାୟାମ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶିଳ୍ପା ଶେଟ୍ଟୀ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଡେବ୍ୟୁ ୱେବ୍‌ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସ ପାଇଁ ଶୁଟିଂ କରୁଥିଲେ। ତେବେ ସେହି ସମୟରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା ।

Related Articles

Back to top button