ଫିଲ୍ମ ପ୍ରମୋସନ ଇଭେଣ୍ଟରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଚପଲ ମାଡ

କନ୍ନଡ ଅଭିନେତା ଦର୍ଶନ ଏକ ଇଭେଣ୍ଟକୁ ଫିଲ୍ମ ପ୍ରମୋସନ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏକ ଅବାନବୀୟ ଘଟଣା ଘଟିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ କର୍ଣ୍ଣାନଟକର ହୋସପେଟରେ ଅଭିନେତା ଦର୍ଶନ ତାଙ୍କ ଆଗାମୀ ଫିଲ୍ମ କ୍ରାନ୍ତିର ପ୍ରମୋସନ ପାଇଁ ଯାଇଥିବା ବେଳେ ତାଙ୍କ ଉପରକୁ ଚପଲ ମାଡ ହୋଇଛି । ଫଳରେ ଚପଲ ତାଙ୍କ କାନ୍ଧରେ ବାଜିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଦର୍ଶନଙ୍କ ସହ ଏଭଳି ଘଟଣା ଦେଖି ସେଠାରେ ଥିବା ଦର୍ଶକ ଆଶ୍ଚର୍ଯ୍ୟ ହୋଇଯିବା ସହ ନିଜେ ଅଭିନେତା ଦର୍ଶନ ମଧ୍ୟ ଚକିତ ହୋଇଯାଇଥିଲେ । ତେବେ ଚପଲ ମାଜ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି ।

https://twitter.com/NTR_AA_GODZILLA/status/1604702443648192512

କୁହାଯାଉଛି ଯେ ଦର୍ଶନ ସାକ୍ଷାତକାରରେ ଏକ ବୟାନ ଦେଇଥିଲେ । ଯହାପରେ ଏପରି ହିଂସା ଦେଖିବାକୁ ମିଳିଥିଲା । ଏଥିସହିତ ତାଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ଚଚ୍ଚର୍ଜ୍ଞା ଜୋର ଧରିବା ସହ ସେ ଦେଇଥିବା ବୟାନ ବିଭ୍ରାନ୍ତିକର ବୋଲି କୁହାଯାଇଥିଲା ô ଫଳରେ ତାଙ୍କୁ ଏହିଭଳି ଘଟଣାର ସାମ୍ନା କରିବାକୁ ପଡିଛି ।

Related Articles

Back to top button