ମୁନ୍‌ଲାଇଟିଂ ଉପରେ ସଂସଦରେ ନିଜର ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ କମ୍ପାନୀ ସେମାନଙ୍କର କର୍ମଚାରୀମାନଙ୍କୁ ୱାର୍କ ଫ୍ରମ୍ ହୋମ୍‌ର ସୁବିଧା ଦେଇଥିଲେ। ଯାହାର ସୁଯୋଗ ନେଇ କର୍ମଚାରୀମାନେ ନିଜ କମ୍ପାନୀରେ କାର୍ଯ୍ୟ କରିବା ସହିତ ବାକି ସମୟରେ ଅନ୍ୟ ଏକ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଥିଲେ। ଯାହାକୁ ମୁନ୍‌ଲାଇଟିଂ ମଧ୍ୟ କୁହାଯାଉଛି ଏବଂ ଏହାକୁ ନେଇ ବିବାଦ ଲାଗି ରହିଛି। ବର୍ତ୍ତମାନ କେନ୍ଦ୍ର ସରକାର ଏହି ମୁନ୍‌ଲାଇଟିଂ ଉପରେ ନିଜର ପକ୍ଷ ରଖିଛନ୍ତି। ମଙ୍ଗଳବାର ସଂସଦରେ ଏହି ବିଷୟରେ ର୍ଚ୍ଚା ହେବା ସମୟରେ ଅନେକ ଏହା ସପକ୍ଷରେ ମତ ରଖିଥିବା ବେଳେ କିଛି ଏହା ବିପକ୍ଷରେ ମତ ରଖିଥିଲେ।

ତେବେ କେନ୍ଦ୍ର ଶ୍ରମ ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲି ଏକ ପ୍ରଶ୍ନର ଜବାବରେ କହିଥିଲେ କି, ‘କର୍ମଚାରୀମାନେ ଏପରି କୌଣସି ପଦକ୍ଷେପ ନଉଠାଇବା ଉଚିତ୍ ଯେଉଁଥିରେ ସେମାନଙ୍କର କମ୍ପାନୀର କ୍ଷତି ହୋଇପରେ। ଇଣ୍ଡଷ୍ଟ୍ରିଆଲ୍ ଏମ୍ପ୍ଲୟମେଣ୍ଟ୍ ଆକ୍ଟ ୧୯୪୬ କୁ ଦର୍ଶାଇ ସେ କହିଛନ୍ତି ଯେ, ଜଣେ କର୍ମଚାରୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ସମୟରେ ଏପରି କାର୍ଯ୍ୟ କରିବା ଉଚିତ୍ ନୁହେଁ ଯାହା ତାଙ୍କ ନିଯୁକ୍ତିଦାତାର ସ୍ୱାର୍ଥ ଉପରେ ପ୍ରଭାବ ପକାଇବ।’

ଏହା ସହିତ ସଂସଦରେ ମନ୍ତ୍ରୀଙ୍କୁ ପଚରାଯାଇଥିଲା କି ସରକାର ମୁନ୍‌ଲାଇଟିଂ ଅଭିଯୋଗରେ କର୍ମଚାରୀଙ୍କୁ ଛଟେଇ କରିବା ଏକ ବୈଧ କାରଣ ବୋଲି ବିବେଚନା କରୁଛନ୍ତି କି? ଏହା ଉପରେ ଶ୍ରମ ମନ୍ତ୍ରୀ କହିଛନ୍ତି ଯେ, ‘ବର୍ତ୍ତମାନ ସୁଦ୍ଧା ସେପରି କୌଣସି ମାମଲା ସାମ୍ନାକୁ ଆସି ନାହିଁ ଯେଉଁଥିରେ ମୁନ୍‌ଲାଇଟିଂ ଯୋଗୁଁ ଏକ କମ୍ପାନୀ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିଛି । ଏବଂ ବର୍ତ୍ତମାନ ସୁଦ୍ଧା ସରକାର ଦେଶରେ ମୁନ୍‌ଲାଇଟିଂ ଉପରେ କୌଣସି ଅଧ୍ୟୟନ କରିନାହାଁନ୍ତି’ ବୋଲି ସେ କହିଛନ୍ତି ।

ମୁନ୍‌ଲାଇଟିଂ କ’ଣ?

ଯେତେବେଳେ ଏକ କମ୍ପାନୀରେ ନିୟମିତ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେମାନଙ୍କର ଖାଲି ସମୟରେ ଅନ୍ୟ କମ୍ପାନୀ ସହିତ କାର୍ଯ୍ୟ କରନ୍ତି, ଏହି ପ୍ରକ୍ରିୟାକୁ ମୁନ୍‌ଲାଇଟିଂ କୁହାଯାଏ । କରୋନା ଅବଧିରେ ଘରୁ କାମ ଆରମ୍ଭ ହେବା ପରେ ଆଇଟି କମ୍ପାନୀଗୁଡ଼ିକୁ ଏହି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ୱିପ୍ରୋ ମୁନ୍‌ଲାଇଟିଂ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ନିୟମ ଭାଙ୍ଗିବା ପାଇଁ ପ୍ରାୟ ୩୦୦ କର୍ମଚାରୀଙ୍କ ନିକଟରେ ବାଟ ଦେଖାଇଥିଲେ ।

Related Articles

Back to top button