ସର୍ଜରୀ କରୁ କରୁ ବିଗିଡିଗଲା ଅଭିନେତ୍ରୀଙ୍କ ଚେହେରା

କନ୍ନଡ ଅଭିନେତ୍ରୀ ସ୍ୱାତି ସତୀଶଙ୍କ ଚେହେରା ସର୍ଜରୀ ଯୋଗୁଁ ଖରାପ ହୋଇଯାଇଛି

ସାଧାରଣତଃ ଅଭିନେତ୍ରୀମାନେ ତାଙ୍କ ଚେହେରାକୁ ନେଇ ବହୁତ ଯତ୍ନବାନ। ସେମାନଙ୍କର ଚେହେରା ତାଙ୍କ ପାଇଁ ସବୁକିଛି। କିନ୍ତୁ ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ କରିଥାନ୍ତି। ହେଲେ ସାଧାରଣ ଅସ୍ତ୍ରୋପଚାର କଳାକାରମାନଙ୍କୁ ବହୁତ ଯନ୍ତ୍ରଣା ସହିବାକୁ ପଡିଥାଏ । ଏବେ ଏଭଳି ଏକ ଖବର ଆସିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କନ୍ନଡ ଅଭିନେତ୍ରୀ ସ୍ୱାତି ସତୀଶଙ୍କ ଚେହେରା ସର୍ଜରୀ ଯୋଗୁଁ ଖରାପ ହୋଇଯାଇଛି।

ଖବର ଅନୁଯାୟୀ, ଅଭିନେତ୍ରୀ ସ୍ବାତୀ ବାଙ୍ଗାଲୋରରେ ରୁଟ୍‌ କେନାଲ ସର୍ଜରୀ କରିଥିଲେ, ଯେଉଁ କାରଣରୁ ଭୁଲ ଚିକିତ୍ସା ହେତୁ ତାଙ୍କ ଚେହେରା ବିଗିଡି ଯାଇଛି । ତାଙ୍କୁ ଦେଖିବା ପରେ ଚିହ୍ନିବା ଅସମ୍ଭବ ହୋଇଯାଇଥିଲା। ତାଙ୍କ ଚେହେରାର ଅବସ୍ଥା କେତେ ଖରାପ ହୋଇଛି ତାହା ଦେଖିବା ଦ୍ୱାରା ହିଁ ଜଣାପଡିଯାଉଛି। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହେଉଛି। ସ୍ବାତିଙ୍କ ଭାଇରାଲ ଫଟୋରେ ତାଙ୍କ ଚେହେରା ବହୁତ ଫୁଲି ଯାଇଥିବାର ଦେଖିବାକୁ ମିଳିଛି।

ଯେତେବେଳେ ଅଭିନେତ୍ରୀ ଏ ବିଷୟରେ ଡାକ୍ତରଙ୍କୁ କହିଥିଲେ, ସେ ନିଶ୍ଚିତ କରିଥିଲେ ଯେ ଦୁଇ-ତିନି ଦିନ ମଧ୍ୟରେ ସବୁକିଛି ଠିକ ହୋଇଯିବ। ହେଲେ ତିନି ସପ୍ତାହ ଅସ୍ତ୍ରୋପଚାର ପରେ ମଧ୍ୟ ଅଭିନେତ୍ରୀଙ୍କ ଅବସ୍ଥା ସୁଧୁରି ନଥିଲା। ତାଙ୍କ ଚେହେରା ସଂପୂର୍ଣ୍ଣ ଖରାପ ହୋଇଯାଇଛି ଏବଂ ଏହି କାରଣରୁ ସେ ଘରୁ ବାହାରିବା ବନ୍ଦ କରିଦେଇଛନ୍ତି । ଅଭିନେତ୍ରୀ ଡାକ୍ତରଙ୍କ ନିକଟକୁ ଯାଇ କହିଛନ୍ତି ଯେ ଚିକିତ୍ସା ସମୟରେ ତାଙ୍କୁ ଆନାସ୍ଥେସିଆ ବଦଳରେ ସେଲିସିଲିକ୍ ଏସିଡ୍ ଦିଆଯାଇଥିଲା। ଯାହା ଫଳରେ ତାଙ୍କର ଏହି ଅବସ୍ଥା ହୋଇଛି।

Related Articles

Back to top button