ଅଦାଲତରେ ହାଜର ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଏକ ପୁରୁଣା ଭ୍ରଷ୍ଟାଚାର ମାମଲାରେ ଅଦାଲତରେ ହାଜର ହୋଇଛନ୍ତି ବୋଲି ଶାହାବାଜଙ୍କ ଓକିଲ କହିଛନ୍ତି

ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଅଡ଼ୁଆ ଏବେ ବଢ଼ିଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଏକ ପୁରୁଣା ଭ୍ରଷ୍ଟାଚାର ମାମଲାରେ ଅଦାଲତରେ ହାଜର ହୋଇଛନ୍ତି ବୋଲି ଶାହାବାଜଙ୍କ ଓକିଲ କହିଛନ୍ତି। ସେ କହିଛନ୍ତି  ଶୁଣାଣୀରେ ଶାହାବାଜଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ କୋର୍ଟ ମନା କରିଛନ୍ତି।

ଓକିଲ ଅମଜଦ ପରବେଜଙ୍କ ଅନୁସାରେ ଏହା ୪ ବର୍ଷର ପୁରୁଣା ଭ୍ରଷ୍ଟଚାର ମାମଲା। ପୂର୍ବ ସହର ଲାହୋରରେ ଆବାସ ଯୋଜନା ଘୋଟାଲା ସହିତ ଏହି ମାମଲା ଯଡ଼ିତ। ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ପ୍ରେରିତ ମାମାଲା ବୋଲି ପରବେଜ କହିଛନ୍ତି।  ସେ କହିଛନ୍ତି ପୂର୍ବବର୍ତ୍ତି ଇମ୍ରାନ୍‌ ସରକାରଙ୍କ ଦ୍ୱାରା ମିଛ ମାମଲାରେ ସରିଫଙ୍କୁ ଫସାଇ ଦିଆ ଯାଇଛି। ସେ କହିଛନ୍ତି ଶାହାବାଜ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଭାବେ ଘୋଷଣା ହେବାର ଆଶା ରହିଛି।

ଓକିଲମାନେ ଦାବୀ କରିଛନ୍ତି ଯେ ସରିଫ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଥିବା ସମୟରେ କ୍ଷମତାର ଦୁରୁପଯୋଗ କରିଛନ୍ତି। ଆବାସ ଯୋଜନା ଅଧୀନରେ ତିଆରି ହୋଇଥିବା ଯୋଗ୍ୟ ହିତାଧିକାରୀମାନଙ୍କର ଘରେ ଶାହାବାଜ ତାଙ୍କ ମୁସଲିମ୍‌ ଲିଗ ପାର୍ଟିର ଲୋଗୋ ଲଗାଇଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ରହିଛି। କିନ୍ତୁ ଶାହାବାଜ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Related Articles

Back to top button