କରୀନା କପୁରଙ୍କ ସହ ସ୍କ୍ରିନ ସେୟାର କରିବେ ପ୍ରଭାସ

ପ୍ରଥମ ଥର ପାଇଁ ପ୍ରଭାସ ଏବଂ କରୀନାଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ

ମୁମ୍ବାଇ: ୟଙ୍ଗ ରେବେଲ ଷ୍ଟାର ଭାବେ ପରିଚିତ ପ୍ରଭାସଙ୍କର ଅନେକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ ରହିଛି ଯାହା ବିଷୟରେ ତାଙ୍କ ପ୍ରଶଂସକମାନେ ପ୍ରତ୍ୟେକ ଅପଡେଟ୍ ଜାଣିବାକୁ ଚାହାନ୍ତି। ଏବେ ପ୍ରଭାସ ଫିଲ୍ମ ‘ଆଦିପୁରୁଷ’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସ୍ପିରିଟ’କୁ ନେଇ ନୂଆ ସୂଚନା ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ପ୍ରଭାସ ରହିବା ସହ ତାଙ୍କ ବିପକ୍ଷରେ ଅଭିନେତ୍ରୀ କରୀନା କପୁର ନଜର ଆସିବେ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଆଗାମୀ ଫିଲ୍ମରେ ବଲିଉଡର କରୀନା କପୁର ନଜର ଆସିବେ ବୋଲି ସୂଚନା ମିିଳିଛି।

ପ୍ରଥମ ଥର ପାଇଁ ପ୍ରଭାସ ଏବଂ କରୀନାଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ଉଭୟ ପୂର୍ବରୁ ପରସ୍ପରକୁ ଜାଣିଛନ୍ତି ଏବଂ ଦୁହେଁ ପରସ୍ପରର ଭଲ ବନ୍ଧୁ ମଧ୍ୟ। ଏକଥା ବେବୋଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ହୋଇଥିଲା ଯେଉଁଥିରେ ସେ ପ୍ରଶଂସକମାନଙ୍କୁ କହିଥିଲେ ଯେ ସାଉଥ ସୁପରଷ୍ଟାର ପ୍ରଭାସ ତାଙ୍କ ପାଇଁ ବିରିୟାନି ପଠାଇଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ଏକ ଫଟୋ ସେୟାର କରି କରୀନା ଲେଖିଥିଲେ ଯେ ଏହି ବିରିୟାନି ତାଙ୍କ ପାଇଁ ‘ବାହୁବଲୀ’ ତାରକା ପ୍ରଭାସ ପଠାଇଛନ୍ତି। କରୀକ୍ନା ବିରିୟାନି ଖାଇବା ସହ ସ୍ବାଦିଷ୍ଟ ଭୋଜନ ପାଇଁ ପ୍ରଭାସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ତେବେ କରୀନାଙ୍କ ସହ କାମ କରିବା ପୂର୍ବରୁ ପ୍ରଭାସ ଏବେ ତାଙ୍କ ସ୍ବାମୀ ସୈଫ ଅଲୀ ଖାନଙ୍କ ସହ କାମ କରୁଛନ୍ତି। ଦୁହେଁ ଫିଲ୍ମ ‘ଆଦିପୁରୁଷ’ରେ କାମ କରୁଥିବା ବେଳେ ପ୍ରଭାସ ରାମ ଏବଂ ସୈଫ୍ ରାବଣ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡ଼ିଛି।

Related Articles

Back to top button