ଶେଷ ହେଲା କରୀନାଙ୍କ OTT ପ୍ରୋଜେକ୍ଟ, ଟାଇଟଲ୍‌ ସ୍ଥିର ହୋଇନାହିଁ

କରୀନା ତାଙ୍କ OTT ଡେବ୍ୟୁ ପାଇଁ ବହୁତ ଉତ୍ସାହିତ ଅଛନ୍ତି

କରୀନା କପୁର ଦୀର୍ଘ ଦିନ ଧରି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହି ଆସିଥିଲେ । କିନ୍ତୁ ଖୁବ୍ ଶୀଘ୍ର ତାଙ୍କୁ ପରଦାରେ ଦେଖିବାକୁ ମିଳିବ । ସୁଜୋ ଘୋଷଙ୍କ ନିର୍ଦ୍ଦେଶିତ ଫିଲ୍ମରେ କରୀନା OTT ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଏହାର ଟାଇଟଲ୍‌ ସ୍ଥିର ହୋଇନାହିଁ। ବର୍ତ୍ତମାନ, ଖବର ଆସିଛି ଫିଲ୍ମର ସୁଟିଂ ଶେଷ ହୋଇଛି । କରୀନା ତାଙ୍କ OTT ଡେବ୍ୟୁ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଶୁଟିଂ ଶେଷ ହେବା ସହିତ ସେ ସେଟରୁ କିଛି ଫଟୋ ସେୟାର କରିଛନ୍ତି।  ସେହି ଫଟୋରେ ଫିଲ୍ମର କାଷ୍ଟ ଏବଂ କ୍ରୁଙ୍କ ସହ କରୀନାଙ୍କ ସ୍ୱାମୀ ସୈଫ୍‌ ଅଲ୍ଲି ଖାନ ଏବଂ ପୁଅ ତୈମୁର ମଧ୍ୟ ନଜର ଆସିଛନ୍ତି ।

ନିକଟରେ ଫଟୋ ସେୟାର କରି କରୀନା ଫିଲ୍ମର କ୍ରୁ ସଦସ୍ୟମାନଙ୍କୁ ପ୍ରଶଂସା କରିଛନ୍ତି। “DXS!ର ଶ୍ରେଷ୍ଠ କ୍ରୁ, ବେଷ୍ଟ ରାଇଡ୍‌, ବେଷ୍ଟ ଟାଇମ୍‌ … ଏବଂ ମୁଁ ନିଶ୍ଚିତ ଯେ ଏହା ମଧ୍ୟ ବେଷ୍ଟ ଚଳଚ୍ଚିତ୍ର ବି ହେବ। ଗୋଟିଏ ଫଟୋରେ ନିର୍ଦ୍ଦେଶକ ସୁଜୟ ଘୋଷ ଏବଂ କୋ-ଷ୍ଟାର ବିଜୟ ବର୍ମା, ଜୟଦୀପ ଅହଲାବତ ମଧ୍ୟ କରୀନାଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି। ଏହି ଫଟୋରେ କରୀନା ବହୁତ ଖୁସି ଦେଖାଯାଉଛନ୍ତି।

କରୀନାଙ୍କ ଫଟୋ ଉପରେ ଅନେକ ଜଣାଶୁଣା ସେଲିବ୍ରେଟମାନେ କମେଣ୍ଟ କରିଛନ୍ତି। ଏଥି ମଧ୍ୟରୁ ଅଭିନେତ୍ରୀ ସୋହା ଅଲି ଖାନ ମଧ୍ୟ ତାଙ୍କ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। କରୀନାଙ୍କ ଫିଲ୍ମକୁ ନେଇ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। କରୀନା କପୁରଙ୍କ ଏହି ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ନେଟଫ୍ଲିକ୍ସରେ ରିଲିଜ୍‌ ହେବ। ବର୍ତ୍ତମାନ ଅନଟାଇଟେଲ୍‌ ଅଛି । ଏହା ଜାପାନୀ ଉପନ୍ୟାସ ‘ଦ ଡିଭୋସନ୍‌ ଅଫ୍‌ ସସ୍‌ପେକ୍ଟ’ ଉପରେ ଆଧାରିତ ।

Related Articles

Back to top button