ସାଜିଦ ନାଦିଆଦୱାଲାଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଦମ୍‌ଦାର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ଭୁଲ ଭୁଲେୟା-୨’ର ଜବରଦସ୍ତ ଅଭିନୟ ପରେ ତାଙ୍କ ପାଖକୁ ଅଫର ଆସିବାରେ ଲାଗିଛି।
ବଲିଉଡର ନାମଦାମୀ ପ୍ରଡ୍ୟୁସର ସାଜିଦ ନାଦିଆଦୱାଲାଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ। କେବଳ ସେତିକି ନୁହେଁ ଏହି ଅନ୍‌ଟାଇଟେଲ ପ୍ରୋଜେକ୍ଗଟର ନିର୍ଦ୍ଦେଶନା ଦେବେ କବୀର ଖାନ। ଏଥିରେ କାର୍ତ୍ତିକଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ। ଏହାକୁ ନେଇ ସାଜିଦ ନାଦିଆଦୱାଲାରଙ୍କ ପ୍ରଡକ୍ସନ ହାଉସ ପକ୍ଷରୁ ଟୁଇଟ୍‌ ଯୋଗେ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଆଗକୁ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ସେହଜାଦା’ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ସାଉଥଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ତେଲୁଗୁ ହିଟ ଫିଲ୍ମ ‘ଅଲା ବୈକୁଣ୍ଠପୁରମଲୁ’ର ହିନ୍ଦୀ ରିମେକ। ଏଥିରେ କାର୍ତ୍ତିକଙ୍କ ସହ ନଜର ଆସିବେ କିର୍ତି ସାନନ୍‌ ଅଛନ୍ତି।

Related Articles

Back to top button