ଅନ୍ତ୍ରର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟର ଲେଣ୍ଡଲ ସିମନ୍ସ

ନୂଆଦିଲ୍ଲୀ: ଇଂଲଣ୍ଡ ଷ୍ଟାର କ୍ରିକେଟର ବେନ୍ ଷ୍ଟୋକ୍ସଙ୍କ ପରେ ଅନ୍ତ୍ରର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କଲେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟର ଲେଣ୍ଡଲ ସିମନ୍ସ। ୱେଷ୍ଟଇଣ୍ଡିଜର ଏହି ଷ୍ଟାର ବ୍ୟାଟର କ୍ରିକେଟର ସବୁ ଫର୍ମାଟ୍‌ରେ ଖେଳି ୩୭୬୩ ରନ୍ କରିଛନ୍ତି।

୧୯୮୫ ମସିହା ଜୁନ ୨୫ ତାରିଖରେ ତ୍ରିନିଦାଦ୍‌ର ଜନ୍ମଗ୍ରହଣ କରିଥିବା ସିମନ୍ସ ୨୦୦୬ରେ ଡେବ୍ୟୁ କରିଥିଲେ। ପାକିସ୍ତନ ବିରୋଧରେ ଦିନିକଆ ମ୍ୟାଚ୍‌ ଖେଳି ସେ ଡେବ୍ୟୁ କରିଥିବା ବେଳେ ୨୦୧୫ରେ ସେ ତାଙ୍କ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲା।

୨୦୧୫ ପରେ ସିମନ୍ସ ଲଗାତର ଆହତ ହେବା ଓ ଖରାପ ପର୍ମ ଯୋଗୁ ଅନେକ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ଆଜି ସେ ଅବସର ଘୋଷଣା କରିଛନ୍ତି। ସିମନ୍ସ ୱେଷ୍ଟଇଣ୍ଡିଜ୍ ପାଇଁ ୬୮ ଦିନିକିଆ ଖେଳି ୩୧.୫୮ ହାରରେ ୧୯୫୮ ରନ୍ କରିଛନ୍ତି। ସେ ତାଙ୍କ ଦିନିକିଆ କ୍ୟରିୟରେ ମାତ୍ର ଦୁଇଟି ଶତକ ହାସଲ କରିଛନ୍ତି।

ସିମନ୍ସଙ୍କ ଟେଷ୍ଟ କ୍ୟାରିୟର ଏତେ ଭଲ ରହିନଥିଲା। ଟେଷ୍ଟରେ ୨୦୦୯ରେ ଡେବ୍ୟୁ କରିଥିବା ସିମନ୍ସ ୨୦୧୧ରେ ବାଂଲାଦେଶ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଦୁଇ ବର୍ଷର ଟେଷ୍ଟ କ୍ୟାରିୟର ଭିତରେ ସେ ମାତ୍ର ୮ ମ୍ୟାଚ୍ ଖେଳି ୧୭.୩୮ ହାରରେ ୨୭୮ ରନ୍ କରିଛନ୍ତି।

ସେହିପରି ତାଙ୍କର ଟି-୨୦ କ୍ୟରିୟରକୁ ଦେଖିଲେ ଅନ୍ୟ ଦୁଇଟି ଫର୍ମାଟ୍ ତୁଳନାରେ ଅପେକ୍ଷାକୃତ ଭଲ ରହିଛି। ଏହି ଫର୍ମାଟ୍‌ରେ ସିମନ୍ସ ୬୮ଟି ମ୍ୟାଚ୍ ଖେଳି ୧୫୨୭ ରନ୍ କରିଛନ୍ତି। ଏହି ସମୟରେ ସେ ୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଆଇପିଏଲରେ ମଧ୍ୟ ସିମନ୍ସ ଅନେକ ଜବରଦସ୍ତ ପାଳି ଖେଳିଛନ୍ତି। ଆଇପିଏଲର ୪ଟି ସିଜନରେ ସେ ଭାଗ ନେଇଛନ୍ତି। ତେବେ ୨୦୧୫ରେ ସର୍ବଶ୍ରେଷ୍ଟ ପ୍ରଦର୍ଶନ କରିଥିଲେ। ସେତେବେଳେ ସେ ମାତ୍ର ୧୩ ମ୍ୟାଚ୍‌ରେ ୫୪୦ ରନ୍ କରିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ। ଆଇପିଏଲ୍‌ରେ ସେ ମୋଟ ୨୯ ମ୍ୟାଚ୍ ଖେଳିଥିବା ବେଳେ ୧୦୭୯ ରନ୍ କରିଛନ୍ତି। ୨୦୧୪ରେ ସେ ଆଇପିଏଲ୍‌ରେ ଶତକ ହାସଲ କରିଥିଲେ।

ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ କ୍ୟାପ୍ଟେନ୍ ତଥା ୱିକେଟ୍ କିପର ବ୍ୟାଟର ଦିନେଶ ରାମଦିନ ତତ୍‌କାଳ ପ୍ରଭାବରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ସୋସିଆଲ୍‌ ମିଡିଆରେ ସେ ତାଙ୍କ ଅବସର ନେଇ ସୂଚନା ଦେଇଥିଲେ।

Related Articles

Back to top button