ଆଶିକି-୩ ଫିଲ୍ମରେ ଲଭର ବୟ ରୋଲ୍‌ରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ଵାଇ: ବଲିଉଡ୍‌ର ହ୍ୟାଣ୍ଡସମ ହଙ୍କ କାର୍ତ୍ତିକ ଆର୍ଯ୍ୟନ। ବର୍ତ୍ତମାନ ତାଙ୍କ ହାତରେ ବଡ ବଡ ପ୍ରୋଜେକ୍ଟ । ଗୋଟିଏ ପରେ ଗୋଟିଏ ବ୍ଲକବଷ୍ଟର ଫିଲ୍ମ ଦେଇ ଇଣ୍ଡଷ୍ଟ୍ରିରେ ପ୍ରମୁଖ ଅଭିନେତା ହୋଇପାରିଛନ୍ତି। ‘ଭୁଲ ଭୁଲେୟାଁ-୨’ର ବଡ ସଫଳତା ପରେ ସେ ‘ସତ୍ୟପ୍ରେମ କି କଥା’ର ସୁଟିଂ ଆରମ୍ଭ କରିଛନ୍ତି। ଏବେ ସୂଚନା ରହିଛି ଯେ କାର୍ତ୍ତିକଙ୍କ ହାତରେ ଆଉ ଏକ ବଡ ଫିଲ୍ମ ଅଛି। ତାଙ୍କୁ ଅନୁରାଗ ବସୁଙ୍କ ବଡ ଫିଲ୍ମ ଅଫର କରାଯାଇଛି।

ଦୀର୍ଘ ସମୟ ଧରି ଆଶିକି -୨ ପରେ ଆଶିକି -୩କୁ ପ୍ରଶଂସକମାନେ ବହୁ ଅପେକ୍ଷା କରିଛନ୍ତି। ଏହି ହିଟ୍ ସିକ୍ୱେଲ୍‌କୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ୟଙ୍ଗ ଆଇକନ୍ କାର୍ତ୍ତିକ ଆର୍ଯ୍ୟନ୍ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଭାବରେ ମନୋନୀତ ହୋଇଛନ୍ତି। ଏହି ଚଳଚ୍ଚିତ୍ର ସାଇନ୍ କରିଥିବାରୁ କାର୍ତ୍ତିକ ଆର୍ଯ୍ୟନ୍ ବହୁତ ଉତ୍ସାହିତ ଅଛନ୍ତି। କାର୍ତ୍ତିକ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଯେ ସେ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ଅନୁରାଗ ବସୁଙ୍କ ସହ କାମ କରିବାକୁ ଯାଉଛନ୍ତି। କାହିଁକି ନା କାର୍ତ୍ତିକ୍‌ ତାଙ୍କ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖାହୋଇଛି-‘ଅବ ତେରେ ବିନ୍ ଜୀ ଲେଙ୍ଗେ ହମ୍, ଜହର ଜିନ୍ଦାଗି କା ପି ଲେଙ୍ଗେ ହମ୍ … # ଆଶିକ୍-୩ ବସୁ ଦାଙ୍କ ସହ ମୋର ପ୍ରଥମ…

ବଲିଉଡର ରୋମାଣ୍ଟିକ୍ ଫିଲ୍ମ ଆଶିକିର ଏହା ପାର୍ଟ-୩ରେ କାର୍ତ୍ତିକ ଆର୍ଯ୍ୟନ୍ ଲଭର୍ ବଏ ଷ୍ଟାଇଲରେ ଦେଖିବାକୁ ଯାଉଛନ୍ତି।ଅନୁରାଗ ବସୁ ଆଶିକି-୩ର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କ ବିଷୟରେ ନିର୍ମାତା କୌଣସି ସୂଚନା ଦେଇନାହାଁନ୍ତି। ଏହା ବ୍ୟତୀତ ଆଶିକି-୩ର ସୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ମ୍ୟୁଜିକାଲ୍ ରୋମାଣ୍ଟିକ୍ ଫିଲ୍ମ ପାଇଁ ସଙ୍ଗୀତ ଦେବେ ପ୍ରୀତମ୍ ।

Related Articles

Back to top button