ପିଏମ-ଶ୍ରୀ ଯୋଜନା ମାଧ୍ୟମରେ ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗୁରୁ ଦିବସ ଉପଲକ୍ଷେ ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ୍‌ସ୍‌ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ-ଶ୍ରୀ) ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ ।

ମୋଦୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଅନୁରୂପ ସାରା ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପିଏମ-ଶ୍ରୀ ବିଦ୍ୟାଳୟ ଲାଭାନ୍ବିତ କରିବ ।  ସାରା ଭାରତର ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ଉନ୍ନତିକରଣ ଲାଗି ଏକ ନୂଆ ଯୋଜନା – ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା (ପିଏମ-ଶ୍ରୀ) ବିଷୟରେ ଘୋଷଣା କରି ମୁଁ ଆନନ୍ଦିତ । ଏସବୁ ଆଦର୍ଶ ବିଦ୍ୟାଳୟରେ ପରିଣତ ହେବା ସହିତ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାରେ ସହାୟକ ହେବେ।’’

‘‘ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଆଧୁନିକ, ରୂପାନ୍ତରଶୀଳ ଏବଂ ସାମଗ୍ରିକ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ । ଆବିଷ୍କାର ଆଧାରିତ, ଅଧ୍ୟୟନ କୈନ୍ଦ୍ରିକ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରାଯିବ । ପ୍ରଯୁକ୍ତି, ସ୍ମାର୍ଟ ଶ୍ରେଣୀଗୃହ, କ୍ରୀଡ଼ା ଏବଂ ଆହୁରି ଅନ୍ୟାନ୍ୟ ସୁବିଧା ସମେତ ଆଧୁନିକ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯିବ ।’’

‘‘ଜାତୀୟ ଶିକ୍ଷା ନୀତି ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି । ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକ ଜାତୀୟ ଶିକ୍ଷା ନୀତି ଅନୁରୂପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭାନ୍ବିତ କରିବ ବୋଲି ମୁଁ ନିଶ୍ଚିତ ।’’

Related Articles

Back to top button