କେକେଙ୍କ ଝିଅ ତମାରା କଲେ ପ୍ରଥମ ଲାଇଭ୍ କନର୍ସଟ୍

ନୂଆଦିଲ୍ଳୀ : ଚଳିତ ବର୍ଷ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବହୁତ ଅଘଟଣ ଘଟି ଯାଇଛି । ଅନେକ କଳାକାର ଏ ଦୁନିଆ ଛାଡି ଚାଲି ଯାଇଛନ୍ତି। ନିକଟରେ ଗାୟକ କେ.କେ ମଧ୍ୟ ଏକ ଲାଇଭ କନସର୍ଟ ସମୟରେ ଆକସ୍ମିକ ହୃଦଘାତ ରେ ପ୍ରାଣ ହରାଇଥିଲେ। କେ.କେ ଦେହାନ୍ତ ହେବା ପରେ ତାଙ୍କ ପରିବାର ଏକାକୀ ରହିଥିଲେ। ଏବଂ ସମସ୍ତେ ସ୍ୱର୍ଗତ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କେକେଙ୍କ ଝିଅ ତମାରା ବର୍ତ୍ତମାନ ପ୍ରଥମ ଥର ପାଇଁ ଲାଇଭ୍ କନର୍ସଟ କରିଛନ୍ତି । ଏହି ସମୟରେ ତାଙ୍କ ପିତାଙ୍କୁ ମନେ ପକାଇଛନ୍ତି। ଗାୟକ ଶାନଙ୍କ ସହ ଏହା ତମାରାଙ୍କର ପ୍ରଥମ ଶୋ’ ଥିଲା। ଯିଏ କେ.କେଙ୍କର ଜଣେ ଭଲ ବନ୍ଧୁ ଥିଲେ । ତମାରା ଏନେଇ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି।

ତମାରା ସୋସିଆଲ ମିଡିଆରେ ତାଙ୍କ ଲାଇଭ୍ କନର୍ସଟ୍‌ ଫଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କୁ ଅତି ସୁନ୍ଦର ଭାବରେ ଦେଖିବାକୁ ମିଳିଛି । ଏହା ସହ ସେ ଫଟୋ ଗୁଡ଼ିକ ସହିତ କ୍ୟାପସନ୍ ଲେଖିଛି, ‘ପ୍ରଥମ ଗିଗ୍, ଏହା ଏକ ବଡ଼ ଅନୁଭୂତି ଥିଲା । ଏକାଠି ହୋଇଥିବାରୁ ସମସ୍ତ ମହାନ କଳାକାରଙ୍କୁ ଧନ୍ୟବାଦ ଏବଂ ଶାନ ଅଙ୍କଲଙ୍କୁ ଏକ ବିଶେଷ ଧନ୍ୟବାଦ। ପାପା ତମେ ନିଶ୍ଚୟ କୌଣସି ସ୍ଥାନରେ ଦେଖି ଖୁସି ହେଉଥିବ । କ’ଣ ହେଉଛି ବିଶ୍ଵାସ କରିପାରିବି ନାହିଁ । ଆଜି ବି ମୁଁ ଇଚ୍ଛା କରୁଛି ପାପା ଏଠାରେ ଥାନ୍ତେ ।

କେ.କେ ମଙ୍ଗଳବାର ରାତିରେ ଏକ କନର୍ସଟରେ କରିବା ପରେ ହୋଟେଲରେ ପହଞ୍ଚିଥିଲେ। ଏବଂ ଅସୁସ୍ଥ ଅନୁଭବ କରିବା ପରେ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଗାୟକଙ୍କ ‘ଦୀର୍ଘ ଦିନ ଧରି ହୃଦ୍‌ଘାତ ଜନିତ ସମସ୍ୟା’ ରହିଥିଲେ। ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ମୃତ୍ୟୁ ପଛରେ କୌଣସି ଷଡଯନ୍ତ୍ର ନଥିଲା। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଗାୟକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

Related Articles

Back to top button