ରେଳ ସଂଯୋଗୀକରଣ ଦାବିରେ ୧୨ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ

ଉଦଳା: ୧୨ ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ ଡାକରା । ଦୀର୍ଘ ଦିନରୁ ବାରମ୍ବାର ହୋଇ ଆସୁଥିବା ଦାବିକୁ ପୁଣି ଦୋହରାଇଛି ମୟୁରଭଞ୍ଜ ମୁକ୍ତିମୋର୍ଚ୍ଚା । କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀକରଣ ଦାବିରେ ମୟୁରଭଞ୍ଜ ମୁକ୍ତିମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଶୁକ୍ରବାର ସକାଳ ସମୟରୁ ମୁକ୍ତିମୋର୍ଚ୍ଚାର ସଦସ୍ୟମାନେ ପିକେଟିଂ କରିବା ସହିତ ଦୋକାନ ବଜାର ବନ୍ଦ କରିଛନ୍ତି ।

ତେବେ ଉଦଳା ବଣିକ ସଂଘ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ନଥିବା ବେଳେ ଦିନ ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରିବାକୁ ବଣିକ ସଂଘ ନିଷ୍ପତ୍ତି ନେଇଛି । ଏହାପରେ ଦୋକାନ ବଜାର ଖୋଲା ରହିବ । ଏହି ବନ୍ଦ ଡାକରାରେ କପ୍ତିପଦା, ଉଦଳା, ଖୁଣ୍ଟା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ଦୋକାନ ବଜାର ବନ୍ଦ ହୋଇଛି । ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Related Articles

Back to top button