ଓଟିଟିରେ ରିଲିଜ୍ ହେବ ଅମୀର ଖାନଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଢା’

ନୂଆଦିଲ୍ଳୀ ୦୯।୦୭ : ବର୍ତ୍ତମାନ ଅମୀର ଖାନଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଢା’ କୁ ନେଇ ଖୁବ୍‌ ଚର୍ଚ୍ଚା । ଆଶା କରାଯାଉଛି କି ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ଧମାଲ୍‌ କରିବ। କରୋନା କାରଣରୁ ପୂର୍ବରୁ ଏହାର ରିଲିଜ୍‌ ତାରିଖ ଅନେକ ଥର ଘୁଞ୍ଚା ଯାଇଛି । ହେଲେ ବର୍ତ୍ତମାନ ଫିଲ୍ମଟିର ରିଲିଜ୍ ଅଗଷ୍ଟ ୧୧କୁ ସ୍ଥିର ହୋଇଛି । ଏହି  ଫିଲ୍ମ ‘ଲାଲ ସିଂ ଚଢା’ ଏକ ବ୍ଲକବଷ୍ଟର ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଏକ ଦେଶୀ ରିମେକ ଯାହା ଅନେକ ଓସ୍କାର ଜିତିଥିଲା।

ଅମୀର ଖାନ ଏହି ୧୯୯୪ ଫିଲ୍ମକୁ ନିଜ ଷ୍ଟାଇଲ୍‌ରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅମୀର ଖାନ ତାଙ୍କ ଚଳଚ୍ଚିତ୍ର ହଲ୍‌ରେ ରିଲିଜ୍‌ ହେବ କିନ୍ତୁ ସେ ଏହାକୁ ଓଟିଟି ରେ ମଧ୍ୟ ରିଲିଜ୍ କରିବେ । ହେଲେ ଏଯାଏଁ ଏହାର ତାରିଖ ସ୍ଥିର ହୋଇନାହିଁ । ଏହା ବ୍ୟତୀତ କେଉଁ ଓଟିଟି ପ୍ଲାଟଫର୍ମରେ ଆସିବ ତାହା ଏକ ବଡ଼ ପ୍ରଶ୍ନ। ଏହାକୁ ନେଇ ଖୁବ ଶୀଘ୍ର ଏହି ନିଷ୍ପତ୍ତି ମଧ୍ୟ ନିଆଯିବ।

କିନ୍ତୁ ବର୍ତ୍ତମାନ ରିପୋର୍ଟ ଆସିଛି ଯେ ନିର୍ମାତାମାନେ ଫିଲ୍ମକୁ ଅକ୍ଟୋବରରେ ଓଟିଟିରେ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ମାତାମାନେ କହିଛନ୍ତି କି ହଲ୍‌ରେ ରିଲିଜ ହେବାର ଦୁଇ ମାସ ପରେ ଓଟିଟିକୁ ଅଣାଯିବ।

Related Articles

Back to top button