ଭୁବନେଶ୍ୱରରେ ମାକ୍ସ ନ ପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ, କଟାଯିବ ଫାଇନ୍‌

ଭୁବନେଶ୍ୱର : ଏଣିକି ମାକ୍ସ ନ ପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବ ଭଳି କଟାଯିବ ଫାଇନ । ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣ ଦେଖି ରାଜଧାନୀ ବାସୀଙ୍କୁ ତାଗିଦ କଲେ ମେୟର । ଏହା ସହ କୋଭିଡ କଟକଣାକୁ ସଠିକ୍‌ ଭାବେ ପାଳନ କରିବା ଲାଗି ସମସ୍ତ ରାଜଧାନୀ ବାସୀଙ୍କୁ ହାତଯୋଡ଼ି ନିବେଦନ କଲେ ମେୟର ସୁଲୋଚନା ଦାସ । ପୂର୍ବରୁ ଭୁବନେଶ୍ୱର ରେ ମାକ୍ସକୁ ବାଧ୍ୟତାମୂଳକ କରିଛି ବିଏମସି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ତାମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ଟ ହେଉଛନ୍ତି ।ତେବେ ଖୋର୍ଦ୍ଧା ଜିଲ୍ଲାରୁ ଭୁବନେଶ୍ୱରରେ ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି । ତେଣୁ ଲଗାତର ଭାବେ ସଂକ୍ରମିତ ଚିହ୍ନଟ ହେଉଥିବା ନେଇ ଆକ୍ସନକୁ ଆସିଛି ବିଏମ୍‌ସି । ରାଜଧାନୀରେ ମାସ୍କ ପିନ୍ଧିବାକୁ ପଡିବ, ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି । ପୂର୍ବ ଭଳି ମଧ୍ୟ ଫାଇନ୍‌ କଟାଯିବ  ।

Related Articles

Back to top button