୨୦୧୩ରୁ ସୁସ୍ମିତାଙ୍କ ପ୍ରେମରେ ପଡିଥିଲେ ଲଳୀତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ ଭାବେ ପରିଚିତ ଲଳୀତ ମୋଦୀଙ୍କ ସହ ସୁସ୍ମିତା ସଂପର୍କରେ ଏବେ ଚର୍ଚ୍ଚାରେ। ଏହାର ସୂଚନା ଲଳିତ ମୋଦୀ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିକଟରେ ଲଳୀତ – ସୁସ୍ମିତା ଏକାଠି ଛୁଟି କାଟିଥିବାର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଖୁବ୍‌ ନିକଟତର ଥିବା ବେଳେ କ୍ୟାପସନ୍‌ରେ ଲେଖିଛନ୍ତି- ଆମେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛୁ, ବିବାହ ଏପର୍ଯ୍ୟନ୍ତ କରିନୁ, କିନ୍ତୁ ହଁ ଖୁବ୍‌ ଶୀଘ୍ର ଏହା ମଧ୍ୟ ହୋଇପାରେ । ହେଲେ ବର୍ତ୍ତମାନ ଦୁହିଁଙ୍କର ସୋସିଆଲ୍‌ ମିଡିଆରେ ପୁରୁଣା ଟ୍ବିଟ୍‌ ଭାଇରାଲ୍‌ ହେବାରେ ଲାଗିଛି ।

 

ଟ୍ବିଟ୍‌ରେ ଭାଇରାଲ୍‌ ହେଉଥିବା ଦୁହିଁଙ୍କ ଚାଟ୍‌କୁ ଅନ୍ଦାଜା ଲଗା ଯାଉଛି କି ଏହା ୨୦୧୩ରୁ ଲଳୀତ୍‌ ସୁସ୍ମିତାଙ୍କ ନିକଟତର ହୋଇଥିଲେ। ଏହାକୁ ନେଇ ଖୁଲମ୍‌ଖୁଲା ସୋସିଆଲ୍‌ ମିଡିଆରେ ପରସ୍ପରର ପୋଷ୍ଟରେ ରିଆକ୍ଟ କରୁଥିଲେ। ଏହି ସମୟରେ ଖବର ଆସୁଛି ଯେ ଲଳୀତ ଗତ ୯ବର୍ଷ ଧରି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ।

ଯେଉଁଥିରେ ଲଳୀତ ଅଭିନେତ୍ରୀଙ୍କୁ ତାଙ୍କ ଏସଏମଏସ୍‌ର ଉତ୍ତର ଦେବାକୁ କହୁଛନ୍ତି। ଏହି ସବୁକୁ ଦେଖିକି ତାଙ୍କ ଉତ୍ତରରେ ଅନେକ ୟୁଜର୍ସ କମେଣ୍ଟ କରି କହିଛନ୍ତି ୨୦୧୩ର ଅଛି ଏବଂ କିଛି ଏବେର ମଧ୍ୟ ଅଛି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ ‘ଏସବୁ ଏବେ ଆରମ୍ଭ ହୋଇଛି’ ।କହିବାକୁ ଗଲେ ରେହମନ ଶୋଲ୍‌ଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏବେ ଲଳୀତ -ସୁସ୍ମିତାଙ୍କ ରୋମାଣ୍ଟିକ ଫଟୋ ଟ୍ୱିଟ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Related Articles

Back to top button